ରେଳ ଟିକଟ କନଫର୍ମ ନହେଲେ ବିମାନ ଟିକଟ ଦେଉଛି ଏହି ଆପ୍

ନୂଆଦିଲ୍ଲୀ: ବେଳେବେଳେ ଦେଖାଯାଇଥାଏ ଯେ ରେଳ ଟିକଟ ନିଶ୍ଚିତ ନ ହେଲେ ଲୋକ ତତ୍କାଳ ଟିକଟ ବୁକ କରିଥାନ୍ତି |  କିନ୍ତୁ ବେଳେବେଳେ ତତ୍କାଳ ଟିକଟ ମଧ୍ୟ ଟିକେଟ ୱେଟିଙ୍ଗ ବା ଆରଏସି(ରିଜର୍ଭେସନ ଏଗେନଷ୍ଟ କ୍ୟାନସେଲସନ)ରେ  ମିଳିଥାଏ | ଏଭଳି ପରିସ୍ଥିତିରେ ଟିକଟ ନିଶ୍ଟିତ ନ ହେବା କାରଣରୁ ଯାତ୍ରୀଙ୍କୁ ବହୁ ଅସୁବିଧାର ସମ୍ମୁଖୀନ କରିବାକୁ ପଡିଥାଏ | ଏହି ସମସ୍ୟାରୁ ଯାତ୍ରୀଙ୍କୁ ମୁକ୍ତି ଦେବାକୁ ମୁମ୍ବାଇର ଷ୍ଟାର୍ଟଅପଟିଏ ଏବେ ନୂଆ ସୁବିଧା ଆରମ୍ଭ କରିଛି | ଏହି ଷ୍ଟାର୍ଟଅପର କହିବା ମୁତାବକ ଟିକଟ ଯଦି କନଫର୍ମ ନ ହେବ ତେବେ ସେହି ମୂଲ୍ୟରେ ଏହି ଆପ ବିମାନ ଟିକଟର ଉପଲବ୍ଧ କରାଇବ |

ଏହି ଷ୍ଟାର୍ଟଅପର ନାମ ହେଉଛି ରେଲଓଫି | ମୁମ୍ବାଇର ଏହି ଆପ ମାଧ୍ୟମରେ ଆପଣ ତତ୍କାଳ ଟିକଟ ବୁକ କଲେ ଯଦି ଆପଣଙ୍କ ଟିକଟ ୱେଟିଂ ବା ଆରଏସିରେ ରହେ ତେବେ କମ୍ପାନୀ ଆପଣଙ୍କୁ ବିମାନ ଟିକଟଟିଏ ଦେବ | ସରଳ ଭାଷାରେ କହିବାକୁ ଗଲେ ତତ୍କାଳ ଟିକଟ ନିଶ୍ଚିତ ନ ହେଲେ ଆପଣଙ୍କୁ ବିମାନ ଟିକଟ ଦିଆଯିବ | ତେବେ ବର୍ତ୍ତମାନ ପାଇଁ ରେଲଓଫି ଏହି ସୁବିଧା କେବଳ ମୁମ୍ବାଇର ଏସି ବା ଶୀତତାପ ନିୟନ୍ତ୍ରିତ ଟିକଟ ଉପରେ ଉପଲବ୍ଧ କରାଉଛି | ଏଥିପାଇଁ ଯାତ୍ରୀଙ୍କୁ ୫୦ ଟଙ୍କାରୁ ନେଇ ୫୦୦ ଟଙ୍କା ଯାଏଁ ଦେଇ ରେଜିଷ୍ଟ୍ରେସନ କରିବାକୁ ପଡିବ |

ସମ୍ବନ୍ଧିତ ଖବର