୫୦ବର୍ଷ ପୂର୍ତ୍ତି ଅବସରରେ ନିଜ କର୍ମଚାରୀଙ୍କୁ ଦାମୀ ଘଣ୍ଟା ଉପହାରରେ ଦେଲା ପରେ ଟିସିଏସ୍‌ କମ୍ପାନିକୁ କ’ଣ କହିଲେ କର୍ମଚାରୀ ଜାଣନ୍ତୁ…

ନୂଆଦିଲ୍ଲୀ : ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସ(ଟିସିଏସ୍‌)କୁ ୫୦ବର୍ଷ ପୂରିବା ଅବସରରେ ନିଜର କର୍ମଚାରୀଙ୍କୁ ଦାମୀ ଘଣ୍ଟା ଉପହାରରେ ଦେଇଥିଲା କମ୍ପାନି । କିନ୍ତୁ କମ୍ପାନିର କିଛି ଉଚ୍ଚସ୍ତରୀୟ କର୍ମଚାରୀ କମ୍ପାନି ପକ୍ଷରୁ ଦିଆଯାଇଥିବା ଉପହାରକୁ ଦେଖି ନିରାଶ ହୋଇ ଯାଇଥିଲେ ବୋଲି ଜଣା ପଡ଼ିଛି । କର୍ମଚାରୀମାନେ କାର୍‌ ବା ଟଙ୍କା ବୋନସ ଆକାରରେ ମିଳିବା ନେଇ ଆଶା ରଖିଥିବା ବେଳେ ଘଣ୍ଟା ଦେଇ କମ୍ପାନି ସେମାନଙ୍କ ଆଶାକୁ ପାଣିରେ ମିଶାଇ ଦେଇଥିଲା ।

The Hindu

ଜଣେ ଉଚ୍ଚସ୍ତରୀୟ କର୍ମଚାରୀଙ୍କ କହିବା ଅନୁଯାୟୀ, ଆମେ କମ୍ପାନିର ଉପହାରକୁ ନେଇ ନିରାଶ ହୋଇଛୁ । ବର୍ଷେ ପୂର୍ବରୁ ମିଳିବାକୁ ଥିବା ଉପହାରକୁ ନେଇ ଆମମାନଙ୍କ ମଧ୍ୟରେ ଉତ୍ସାହ ରହିଥିବା ବେଳେ ଅନେକ ବଡ଼ ବଡ଼ ଆଶା ମଧ୍ୟ ଆମେ ରଖିଥିଲୁ । କିଏ ଭାବିଥିଲା କି ଟାଟା ମୋଟର୍ସର କାର୍‌ ଦିଆଯିବ, କିଏ ଟାଟାର ଗହଣା ଦିଆହେବ ବୋଲି ଭାବିଥିଲା । କିଏ କିଏ ଟଙ୍କା ବୋନସ ଆକାରରେ ଦିଆଯିବ ବୋଲି ଭାବି ନେଇଥିଲେ । କର୍ମଚାରୀମାନେ ବହୁତ ଉତ୍ସାହର ସହ ଅପ୍ରେଲ ୧୨ତାରିଖକୁ ଅପେକ୍ଷା କରିଥିବା ବେଳେ ଟାଇଟନ୍‌ର ଘଣ୍ଟା ଉପହାରରେ ଦିଆଯିବା ପରେ ସମସ୍ତେ ନିରାଶ ହୋଇ ଯାଇଥିଲେ ବୋଲି କହିଛନ୍ତି ।

ସମ୍ବନ୍ଧିତ ଖବର