କୋଚି: କରୋନା ଭାଇରସ୍ ପାଇଁ ବିଦ୍ୟାଳୟଗୁଡ଼ିକ ଅନଲାଇନ୍ ପ୍ଲାଟଫର୍ମକୁ ସ୍ଥାନାନ୍ତରିତ ହେବା ସହିତ ପିଲାମାନେ ମୋବାଇଲ୍ ଫୋନ୍ ଏବଂ ଲାପଟପ୍ ସହ ଅଧିକ ସମୟ ବିତାଉଥିବାର ଦେଖିବାକୁ ମିଳୁଛି। ଅବଶ୍ୟ ସମସ୍ତ ପିଲା ଅନ୍ଲାଇନ୍ କ୍ଲାସ୍ ପରେ ମୋବାଇଲ୍ରେ ଗେମ୍ କିମ୍ବା ସୋସିଆଲ୍ ମିଡିଆ ବ୍ୟବହାର କରନ୍ତି ନାହିଁ। ୧୨ ବର୍ଷିଅ ବାଳକ ଧିରଜ ଶିବକୁମାର ହେଉଛନ୍ତି ଜଣେ ଏପରି ପିଲା, ଯିଏକି ନିଜର ଫୁର୍ସତ ସମୟରେ ମୋବାଇଲ୍ ଆପ୍ଲିକେସନ୍ ବିକାଶ କରିବାରେ ଲାଗିପଡ଼ନ୍ତି। ଲକ୍ଡାଉନ୍ ସମୟରେ ନିଜର ଦକ୍ଷତାକୁ ବ୍ୟବହାର କରି ଧିରଜ ଆପ୍ ବିକାଶ କରି ଏବେ ଚାରିଆଡ଼େ ଚର୍ଚ୍ଚା ପାଲଟିଛନ୍ତି।
ନିକଟରେ ଚିନୀ ଆପ୍ ଟିକ୍ଟକ୍ ଭାରତରୁ ବ୍ୟାନ୍ ହେବା ପରେ ଅନେକ ଆପ୍ ଡେଭ୍ଲପର୍ ଟିକ୍ଟକ୍ ପରି ଏକ ଆପ୍ ବିକାଶ କରିବାକୁ ଚିନ୍ତା କରିଥିଲେ। ଦେଶରେ ଟିକ୍ଟକ୍ର ଲୋକପ୍ରିୟତା ଦେଖି ଧିରଜ ଏବେ ଟିକ୍ଟକ୍ର ଏକ ବିକଳ୍ପ ଆପ୍ ବିକାଶ କରିବା ପାଇଁ ଚିନ୍ତା କରିଛନ୍ତି। ଅଷ୍ଟମ ଶ୍ରେଣୀର ଏହି ଛାତ୍ର ଜଣଙ୍କୁ ଟିକ୍ଟକ୍ର ବିକଳ୍ପ ଆପ୍ କରିବାର ପରାମର୍ଶ ତାଙ୍କ ବାପା ଦେଇଥିଲେ ବୋଲି ସେ କହିଛନ୍ତି।
/sambad/media/post_attachments/wp-content/uploads/2020/09/Dheeraj_Sivakumar-300x150.jpg)
ଧିରଜ ନରୁଭାମୁଡୁର ଚିନ୍ମୟ ବିଦ୍ୟାଳୟରେ ପାଠ ପଢୁଛନ୍ତି। ସେ ତାଙ୍କ ପକେଟ୍ ମନି ସାହାଯ୍ୟରେ ଏକ କମ୍ପ୍ୟୁଟର୍ କିଣିଛନ୍ତି। ଅନେକ ୟୁଟ୍ୟୁବ୍ ଟ୍ବିଟରିଆଲ୍ ଦେଖି ସେ ‘କଲ୍ ଚାଟ୍ ମେସେଞ୍ଜର’ ନାମକ ଏକ ଆପ୍ ବିକାଶ କରିଛନ୍ତି। ଏହି ଆପ୍ ଏବେ ଗୁଗୁଲ୍ ପ୍ଲେ ଓ ଆମାଜନ୍ ଆପ୍ ଷ୍ଟୋର୍ରେ ଉପଲବ୍ଧ। ଧିରଜ ଏହି ଆପ୍ ବିକାଶ କରିବା ପରେ ତାଙ୍କ ବାପା ଶିବକୁମାର ପି ସମସ୍ତଙ୍କୁ ଏହି ଆପ୍କୁ ଡାଉନ୍ଲୋଡ୍ କରି ନିଜର ମତାମତ ରଖିବାକୁ ଅନୁରୋଧ କରିଥିଲେ। ଧିରଜ ବିକାଶ କରିଥିବା ‘କଲ୍ ଚାଟ୍ ମେସେଞ୍ଜର’ ଆପ୍ ଉଭୟ ଭଏସ୍ ଏବଂ ଭିଡିଓ କଲ୍କୁ ଅନୁମତି ଦିଏ। ନେଟ୍ ମନ୍ଥର ଥିଲେ ମଧ୍ୟ ଏହି ଆପ୍ ସହଜରେ କାର୍ଯ୍ୟ କରିଥାଏ।