ବିମାନ ଯାତ୍ରୀଙ୍କୁ ମିଳିବ ଏସବୁ ସୁବିଧା

ନୂଆଦିଲ୍ଲୀ: ଏୟାରଲାଇନ୍ସ ଗୁଡ଼ିକର ମନମାନିକୁ ରୋକିବା ଲାଗି ସରକାର ବିମାନସେବା କ୍ଷେତ୍ରରେ ବଡ଼ ଧରଣର ସଂସ୍କାର ଆଣିବାକୁ ଯାଉଛନ୍ତି। ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଏୟାରଲାଇନ୍ସ ଗୁଡ଼ିକ ପାଇଁ ଏକ ନୂଆ ଚିଠା ପ୍ରସ୍ତାବ ପ୍ରସ୍ତୁତ କରାଯାଇଛି। ଯଦି ସେହି ଚିଠା ପ୍ରସ୍ତାବକୁ ମଞ୍ଜୁରି ମିଳିବ ତେବେ ଯାତ୍ରୀମାନେ ଏହି ସବୁ ସୁବିଧା ପାଇବେ:

• ଟିକଟ ବୁକିଙ୍ଗ କରିବାର ୨୪ ଘଣ୍ଟା ଭିତରେ ତାହାକୁ ବାତିଲ କଲେ କୌଣସି କ୍ୟାନ୍‌ସେଲେସନ୍‌ ଚାର୍ଜ (ବାତିଲ ଶୁଳ୍କ) ଗଣିବାକୁ ପଡ଼ିବନି

• ବିମାନ ଛାଡ଼ିବାର ୯୬ ଘଣ୍ଟା କିମ୍ବା ୪ ଦିନ ପୂର୍ବରୁ ଟିକଟ ବାତିଲ କରିବା ଦରକାର

• ବିମାନ କଂପାନି ଯଦି ୨୪ ଘଣ୍ଟା ପୂର୍ବରୁ ଉଡ଼ାଣ ବିଳମ୍ବ ବିଷୟରେ ସୂଚନା ଦେବେ ତେବେ ଯାତ୍ରୀଙ୍କୁ ଟଙ୍କା ଫେରସ୍ତ କରିବ। ଯବି ବିମାନ ୪ ଘଣ୍ଟା ବିଳମ୍ବ ଥିବ ତେବେ ପୁରା ଅର୍ଥ ଫେରାଇବ।

• ପ୍ରଥମ ବିମାନ ବିଳମ୍ବ ଯୋଗୁଁ କନେକ୍ଟିଂ ବିମାନରେ ଯାତ୍ରା କରିବାରୁ ଯଦି ଯାତ୍ରୀ ବଞ୍ଚିତ ହୁଅନ୍ତି ତେବେ ସେଥିପାଇଁ ୫-୨୦ ହଜାର ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ଦିଆଯିବ

• ଯଦି ବିମାନ ବିଳମ୍ବ ଯୋଗୁଁ ଯାତ୍ରୀଙ୍କୁ ତା’ ପରଦିନ ଯାତ୍ରା କରିବାକୁ ପଡ଼େ ତେବେ କଂପାନି ପକ୍ଷରୁ ଯାତ୍ରୀମାନଙ୍କ ପାଇଁ ହୋଟେଲ୍‌ ରହଣୀର ବ୍ୟବସ୍ଥା କରିବାକୁ ପଡ଼ିବ

• ଯଦି ବିମାନଟି ପାର୍କିଂ ସ୍ଥଳରେ ଏକ ଘଣ୍ଟାରୁ ଅଧିକ ସମୟ ରହିବ ତେବେ ଯାତ୍ରୀମାନଙ୍କୁ ପର୍ଯ୍ୟାନ୍ତ ପରିମାଣର ସ୍ନାକ୍ସ ଓ ମୃଦୁ ପାନୀୟ ଦେବାକୁ ହେବ

• ପାର୍କିଂ ସ୍ଥଳରେ ବିମାନଟି ଦୁଇ ଘଣ୍ଟାରୁ ଅଧିକ ସମୟ ରହିଲେ ଯାତ୍ରୀଙ୍କୁ ଓହ୍ଲାଇବାର ସୁଯୋଗ ପ୍ରଦାନ କରାଯିବ

ସମ୍ବନ୍ଧିତ ଖବର