ନୂଆଦିଲ୍ଲୀ: ଫ୍ରାନ୍ସେର ଏଭଳି ଜଣେ କୋଟିପତି ଅଛନ୍ତି ଯିଏ ଚୋର ଓ ଅଧାରୁ ପାଠପଢ଼ା ଛାଡ଼ିଥିବା ଲୋକମାନଙ୍କୁ ଉଦ୍ୟୋଗୀ ଭାବେ ଗଢ଼ି ତୋଳିବା ପାଇଁ ସହାୟତା ପ୍ରଦାନ କରୁଛନ୍ତି। ତାଙ୍କ ନାମ ହେଉଛି ଜାଭିଏର୍ ନିଲ୍। ସେ ଫ୍ରାନ୍ସର ଏକ ମୋବାଇଲ୍ କଂପାନିର ମାଲିକ। ତାଙ୍କ ଦ୍ବାରା ଲାଭବାନ ହୋଇଥିବା ଜଣେ ବ୍ୟକ୍ତି ହେଉଛନ୍ତି ଟାଲି ଫୋଫାନା। ଅତୀତରେ ସେ କାର୍ ଚୋରି କରିବା କାମ କରୁଥିଲେ। ସେଥିପାଇଁ ଜେଲ୍ ଯାଇଥିଲେ। ଜେଲ୍ରୁ ଆସିବା ପରେ ଏବେ ସେ କାର୍ ଚୋରିକୁ ରୋକିବା (ଆଣ୍ଟି-ଥେଫ୍ଟ) ପାଇଁ ଏକ ବ୍ୟବସ୍ଥା ବିକଶିତ କରିବା ଉପରେ କାମ କରୁଛନ୍ତି। ନିଜର ଅପରାଧୀ ଜୀବନରେ ସେ ଯେଉଁ ଜ୍ଞାନ କିମ୍ବା ଅଭିଜ୍ଞତା ହାସଲ କରିଥିଲେ ତାହାକୁ ବ୍ୟବହାର କରି ଫୋଫାନା ଏହି ବ୍ୟବସ୍ଥା ବିକଶିତ କରୁଛନ୍ତି। ଫୋଫାନାଙ୍କ ଭଳି ଅନେକ ବ୍ୟକ୍ତିଙ୍କୁ ନିଲ୍ ସାହାଯ୍ୟ କରୁଛନ୍ତି। ନିଲ୍ଙ୍କ ସାହାଯ୍ୟ ପାଇଥିବା ଅନ୍ୟ ଜଣେ ବ୍ୟକ୍ତି ହେଉଛନ୍ତି ପଲ୍ ମୋର୍ଲେଟ୍। ସେ ହାଇସ୍କୁଲ୍ ଶିକ୍ଷା ମଧ୍ୟ ଶେଷ କରିନାହାନ୍ତି। ଏକ ସଂସ୍ଥାରେ କାମ କରୁଥିବା ବେଳେ ତାଙ୍କୁ ଇଲେକ୍ଟ୍ରିସିଆନ୍ ହେବାର ତାଲିମ ଦିଆଯାଇଥିଲା। ଏବେ ସେ ନିଲ୍ଙ୍କ ସାହାଯ୍ୟରେ ଚଷମା ଷ୍ଟୋର୍ ଖୋଲିପାରିଛନ୍ତି। ଫ୍ରାନ୍ସରେ ଏବେ ତାଙ୍କର ଆଠଟି ଷ୍ଟୋର୍ ରହିଛି ଓ ତାଙ୍କ ବ୍ୟବସାୟ ଲାଭରେ ଚାଲିଛି। ସେହିପରି ସର୍ଭର୍ ପରିବହନ କରି ଚଟାଣରେ ଶୋଉଥିବା ଜଣେ ବ୍ୟକ୍ତି ନିଲ୍ ଲେଣ୍ଟ୍ ଲାବାଙ୍କ ଜୀବନକୁ ମଧ୍ୟ ନିଲ୍ ବଦଳାଇ ଦେଇଛନ୍ତି। ନିଲ୍ଙ୍କ ସାହାଯ୍ୟ ପାଇବା ପରେ ଏହି ବ୍ୟକ୍ତି ଜଣକ ଏକ ଡାଟା ସେଣ୍ଟର୍ ସ୍ଥାପନ କରିଥିଲେ। ଏବେ ତାହାର ମୂଲ୍ୟ ୧ ବିଲିଅନ୍ ଡଲାରରୁ ଅଧିକ ହୋଇଗଲାଣି। ଆମାଜନ୍ ଭଳି କଂପାନିର ପ୍ରତିଦ୍ବନ୍ଦ୍ବୀ ଭାବେ ଏହା ଉଭା ହୋଇଛି। ଏହି ଭଳି ଭାବେ ନିଲ୍ ଏବେ ଫ୍ରାନ୍ସର ଏକ ଭିନ୍ନ ଧରଣର ଷ୍ଟାର୍ଟଅପ୍ ବିପ୍ଳବ ଆରମ୍ଭ କରିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp