ଏପ୍ରିଲ୍‌ ପହିଲାରୁ ବଦଳି ଯିବ ଅନେକ ନିୟମ, ଗ୍ରାହକଙ୍କୁ ମିଳିବ ଏହି ସବୁ ଫାଇଦା

ନୂଆଦିଲ୍ଲୀ : ନୂଆ ଆର୍ଥକ ବର୍ଷ (ଫିସ୍‌କାଲ ଇୟର) ୨୦୧୮-୧୯ଆରମ୍ଭ ହେବାକୁ ଯାଉଛି । ନୂଆ ବିତ୍ତୀୟ ବର୍ଷ ସହ ଅନେକ କିଛି ବଦଳିବାକୁ ଯାଉଛି । ଆସନ୍ତୁ ଜାଣିବା ଏପ୍ରିଲ ୧ଠାରୁ କେଉଁ କେଉଁ ପରିବର୍ତ୍ତନ ଆସିବ ।

୧.ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ମିନିମମ୍‌ ବାଲାନ୍ସ ଚାର୍ଜକୁ ୭୫ ପ୍ରତିଶତ କମ କରିବ ବୋଲି ଘୋଷଣା କରିଛି । ଏପ୍ରିଲ ୧ଠାରୁ ଯଦି ଆପଣ ଆପଣଙ୍କ ଆକାଉଣ୍ଟରେ ମିନିମମ୍‌ ବାଲାନ୍ସ ରଖୁନାହାନ୍ତି ତେବେ ପୂର୍ବରୁ ଲାଗୁଥିବା ଚାର୍ଜର ୭୫ପ୍ରତିଶତ କମ ଚାର୍ଜ ଆପଣଙ୍କୁ ଦେବାକୁ ପଡ଼ିବ ।

NDTV.com

୨.ଏପ୍ରିଲ ୧ରୁ ପୋଷ୍ଟ ଅଫିସ ପେମେଣ୍ଟ ବ୍ୟାଙ୍କ ଆରମ୍ଭ ହେବାକୁ ଯାଉଛି । ଏବେ ଆପଣଙ୍କୁ ପୋଷ୍ଟ ଅଫିସରେ ମଧ୍ୟ ପେଟିଏମ ଏବଂ ଡ଼ିମାଣ୍ଡ ଡ଼୍ରାଫ୍ଟ ସହ ଅନ୍ୟ ସୁବିଧା ମଧ୍ୟ ମିଳିବ ।

୩.ରେଳ ଟିକେଟ ଶସ୍ତା ହେବ । ଏ ବର୍ଷ ବଜେଟରେ ସରକାର ଇ-ଟିକେଟର ଦାମ କମ୍‌ କରିଥିବା ବେଳେ ଏପ୍ରିଲ ୧ରୁ ଲାଗୁଥିବା କର ମଧ୍ୟ କମ ହେବ ବୋଲି ଜଣା ପଡ଼ିଛି ।

www.railbizindia.com

୪.ଏପ୍ରିଲ ୧ରୁ ବେସ୍‌ ରେଟ୍‌କୁ ଏମ୍‌ସିଏଲଆର ସହ ଲିଙ୍କ କରାଯିବ ବୋଲି ରିଜର୍ଭ ବ୍ୟାଙ୍କ ଘୋଷଣା କରିଛି । । ଏମ୍‌ସିଏଲଆର ଦ୍ୱାରା ଲୋନ ନେଉଥିବା ଗ୍ରାହକଙ୍କୁ ଲାଭ ମିଳିବ ।କାରଣ ଯଦି ସୁଧର ହାର କଟିବ, ତେବେ ତାହାର ଲାଭ ଗ୍ରାହକମାନଙ୍କୁ ହିଁ ମିଳିବ ।

୫.ଯେଉଁ କମ୍ପାନିର ବାର୍ଷିକ ଆୟ ୨୫୦ କୋଟି ସେମାନଙ୍କ ପାଇଁ କର୍ପୋରେଟ୍‌ ଟ୍ୟାକ୍ସକୁ ୨୫ ପ୍ରତିଶତ କମ କରାଯାଇଛି । ଯାହା ଦ୍ୱାରା ଲଘୁ,କ୍ଷୁଦ୍ର ଏବଂ ମଧ୍ୟମ ଶିଲ୍ପକୁ ଲାଭ ମିଳିପାରିବ ।

ସମ୍ବନ୍ଧିତ ଖବର