ଚଳିତ ବର୍ଷ ଅଭିବୃଦ୍ଧି ୭.୫% ହେବ: ମୋଦୀ

ନୂଆଦିଲ୍ଲୀ: ବ୍ରିକ୍‌ସ ବିଜନେସ୍ ଫୋରମ୍‌କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଚଳିତ ବର୍ଷ ଭାରତର ଅଭିବୃଦ୍ଧି ୭.୫% ରହିବା ନେଇ ଆଶା କରାଯାଉଛି। ଏହା ଭାରତକୁ ବିଶ୍ବର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିରେ ପରିଣତ କରିବ। ଦେଶର ପ୍ରତିଟି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଜାରି ରହିଛି। ଡ୍ରୋନ୍, ସବୁଜ ଶକ୍ତି ଓ ମହାକାଶ ବିଜ୍ଞାନ କ୍ଷେତ୍ରର ରୂପାନ୍ତରଣ ହେଉଛି। ୨୦୨୫ ସୁଦ୍ଧା ଭାରତୀୟ ଡିଜିଟାଲ ଅର୍ଥନୀତି ୧ ଲକ୍ଷ କୋଟି ଡଲାରରୁ ବଡ଼ ହୋଇଯିବ ବୋଲି ମଧ୍ୟ ସେ କହିଛନ୍ତି। ଜାତୀୟ ଭିତିଭୂମି ପାଇପ୍‌ଲାଇନ୍‌ରେ ୧.୫ ଲକ୍ଷ କୋଟି ଡଲାର ନିବେଶ କରିବା ଲାଗି ନିବେଶକମାନଙ୍କ ପାଖରେ ସୁଯୋଗ ରହିଛି। ଚଳିତ ମାସ ୨୩ ଓ ୨୪ରେ ହେବାକୁ ଥିବା ବ୍ରିକ୍‌ସ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ଭର୍ଚୁଆଲ ମାଧ୍ୟମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ଅତିଥି ରାଷ୍ଟ୍ରଗୁଡ଼ିକ ସହ ଏକ ଉଚ୍ଚ ସ୍ତରୀୟ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର