ଆସନ୍ତାକାଲି ଠାରୁ ତିନି ଦିନ ବନ୍ଦ ରହିବ ବ୍ୟାଙ୍କ

ଭୁବନେଶ୍ବର: ଆସନ୍ତାକାଲି ଠାରୁ ବ୍ୟାଙ୍କଗୁଡ଼ିକ ଲଗାତାର ତିନି ଦିନ ବନ୍ଦ ରହିବ। ଶୁକ୍ରବାର (୨୧ ତାରିଖ) ଶିବରାତ୍ରୀ ପାଳନ କରାଯାଉଥିବାରୁ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ। ସେହିପରି ୨୨ ତାରିଖ ଚତୁର୍ଥ ଶନିବାର ହୋଇଥିବାରୁ ସ୍ବାଭାବିକ ଭାବେ ବ୍ୟାଙ୍କ ବନ୍ଦ ରହିବ। ୨୩ ତାରିଖ ହେଉଛି ରବିବାର। ଏହିଭଳି ଭା‌ବେ ମୋଟ ତିନି ଦିନ ବ୍ୟାଙ୍କ ବନ୍ଦ ରହିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର