ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ରେପୋ ହାର ବଢ଼ାଇବା ପରେ ଦେଶରେ ବ୍ୟାଙ୍କ ଗୁଡ଼ିକ ମିଆଦୀ ଜମା ଉପରେ ସୁଧ ହାର ବଢ଼ାଇବାରେ ଲାଗିଛନ୍ତି। ଏହି କ୍ରମରେ ବ୍ୟାଙ୍କ ଅଫ ବରୋଦା, ଏକ୍ସିସ ଓ ଏଚଡିଏଫ୍ସି ବ୍ୟାଙ୍କ ମିଆଦୀ ଜମା ସୁଧ ବଢ଼ାଇଛନ୍ତି। ୧ ବର୍ଷ ଅବଧିର ଜମା ଉପରେ ବ୍ୟାଙ୍କ ଅଫ ବରୋଦା ୫ ପ୍ରତିଶତ, ୨ ବର୍ଷର ଜମା ଉପରେ ୫.୪୫ ପ୍ରତିଶତ, ୩ ବର୍ଷର ଜମା ଉପରେ ୫.୫୦ ପ୍ରତିଶତ ଏବଂ ୫ ବର୍ଷର ଜମା ଉପରେ ୫.୩୫ ପ୍ରତିଶତ ସୁଧ ହାର ପ୍ରଦାନ କରିବ। ସେହିଭଳି ଏଚଡିଏଫସି ବ୍ୟାଙ୍କ ଉପରୋକ୍ତ ଅବଧିର ଜମା କ୍ଷେତ୍ରରେ ଯଥାକ୍ରମେ ୫.୩୫ ପ୍ରତିଶତ, ୫.୩୫ ପ୍ରତିଶତ, ୫.୫୦ ପ୍ରତିଶତ ଓ ୫.୭୦ ପ୍ରତିଶତ ସୁଧ ପ୍ରଦାନ କରିବ। ବ୍ୟାଙ୍କ ଅଫ ବରୋଦା ଜୁନ ୧୬ରୁ ଏବଂ ଏଚଡିଏଫସି ବ୍ୟାଙ୍କ ଜୁନ ୧୭ରୁ ଏହି ବର୍ଦ୍ଧିତ ସୁଧହାରକୁ କାର୍ଯ୍ୟକାରୀ କରିଛନ୍ତି। ଏକ୍ସିସ ବ୍ୟାଙ୍କ ମଧ୍ୟ କେତେକ ନିର୍ଦ୍ଦିଷ୍ଟ ଅବଧିର ଜମା ଉପରେ ସୁଧ ହାର ଜୁନ ୧୬ରୁ ଏହାକୁ କାର୍ଯ୍ୟକାରୀ କରିଛି। ପୂର୍ବରୁ ଷ୍ଟେଟ ବ୍ୟାଙ୍କ, ୟୁନିୟନ ବ୍ୟାଙ୍କ ଓ ଆଇସିଆଇସିଆଇ ବ୍ୟାଙ୍କ ଆଦି ମିଆଦୀ ଜମା ଉପରେ ସୁଧ ହାର ବୃଦ୍ଧି ଘୋଷଣା କରିସାରିଛନ୍ତି।
ଜମା ସୁଧ ବଢ଼ାଇଲେ ଆଉ ୩ ବ୍ୟାଙ୍କ
/sambad/media/post_attachments/wp-content/uploads/2022/01/intrest-rate.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)