ନୂଆଦିଲ୍ଲୀ: ସରକାର ଏଣିକି ବିଭିନ୍ନ କ୍ଷେତ୍ରରେ ଆଧାର ସଂଯୋଗକୁ ବାଧ୍ୟତାମୂଳକ କରି ଦେଇଛନ୍ତି। ବ୍ୟାଙ୍କ ଆକାଉଣ୍ଟ ଠାରୁ ଆରମ୍ଭ କରି ମୋବାଇଲ ନମ୍ବର ସହିତ ଆଧାର ସଂଯୋଗ ଅନିବାର୍ଯ୍ୟ ହୋଇଛି। ତେବେ ଏଭଳି କରିବା ଦ୍ୱାରା ଉପଭୋକ୍ତାଙ୍କ ବ୍ୟକ୍ତିଗତ ଡାଟା ସୁରକ୍ଷିତ ରହି ପାରିବ ବୋଲି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ତେବେ ଓଟିପି ଦ୍ୱାରା ମୋବାଇଲ ନମ୍ବରକୁ ଆଧାର ସହିତ ସଂଯୋଗ କରିବା ପାଇଁ ଦୂରସଞ୍ଚାର ବିଭାଗର ଆବେଦନକୁ ବୁଧବାର ୟୁଆଇଡିଏଆଇ ମଞ୍ଜୁରି ଦେଇଛି ବୋଲି ୟୁଆଇଡିଏଆଇର ସିଇଓ ଅଜୟ ଭୁଷଣ ପାଣ୍ଡେ କହିଛନ୍ତି।
/sambad/media/post_attachments/wp-content/uploads/2017/11/550278-mobile.jpg)
ସରକାର ଗତମାସରେ ଆଧାର ସହିତ ମୋବାଇଲ ନମ୍ବର ସଂଯୋଗ ପାଇଁ ତିନିଟି ପ୍ରକ୍ରିୟା ସମ୍ପର୍କରେ ସୂଚନା ଦେଇଥିଲେ। ଏହି ପ୍ରକ୍ରିୟା ଦ୍ୱାରା ଲୋକମାନେ ଘରେ ବସି ସହଜ ଓ ସୁବିଧାରେ ନିଜର ସିମ୍ ସହିତ ଆଧାର ସଂଯୋଗ କରିବା ସହିତ ରି-ଭେରିଫିକେସନ୍ କରି ପାରିବେ। ଏହାପରେ ଦୂରସଞ୍ଚାର ଅପରେଟରମାନଙ୍କୁ ୟୁଆଇଡିଏଆଇରେ ଏହି ନୂତନ ପ୍ରକ୍ରିୟା ଲାଗୁ କରିବା ପାଇଁ କୁହାଯାଇଥିଲା।
ଏହି ନୂତନ ନିୟମ ଅନୁଯାୟୀ, ଓଟିପି (ଓ୍ଵାନ୍ ଟାଇମ୍ ପାସ୍ଓ୍ଵାର୍ଡ) ଆଧାରିତ, ଆପ୍ ଆଧାରିତ, ଆଇଭିଆରଏସ୍ ଜରିଆରେ ଉପଭୋକ୍ତା କୌଣସି ଦୂରସଞ୍ଚାର ବିଭାଗ ଷ୍ଟୋର୍ସକୁ ଯିବାକୁ ପଡ଼ିବ ନାହିଁ। ସେହିପରି ଦୁରସଞ୍ଚାର ବିଭାଗ ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଓ ଗମ୍ଭୀର ରୋଗରେ ପୀଡିତ ଥିବା ଲୋକମାନଙ୍କ ଘରକୁ ଯାଇ ମୋବାଇଲ ନମ୍ବର ସହିତ ଆଧାର ସଂଯୋଗ କରିବାର ସୁବିଧା ବି ଉପଲବ୍ଧ କରାଇଛନ୍ତି।
ମୋବାଇଲ କମ୍ପାନି ୟୁଆଇଡିଏଆଇକୁ ଆଶ୍ୱାସନା ଦେଇଛନ୍ତି କି ଏହି ମାସ ଶେଷ ସୁଦ୍ଧା ମୋବାଇଲ ନମ୍ବରକୁ ଓଟିପି ଆଧାରରେ ଭେରିଫିକେସନ୍ କରିବାର ସୁବିଧା ଲାଗୁ କରାଇ ଦେବେ। ଏହି ନୂତନ ଯୋଜନା ଅବଧି ଅଗାମୀ ବର୍ଷ ଫେବ୍ରୁଆରି ୬ ପର୍ଯ୍ୟନ୍ତ ରଖାଯାଇଛି। ଦେଶରେ ମୋବାଇଲ ପ୍ରୟୋଗ ବହୁଳମାତ୍ରାରେ ବୃଦ୍ଧି ପାଇବାରେ ଲାଗିଛି। ସେଥିପାଇଁ ଲୋକମାନଙ୍କୁ ଆଧାର ନମ୍ବର ସହିତ ମୋବାଇଲ ନମ୍ବର ଯୋଡ଼ିବା ପାଇଁ କୁହାଯାଇଛି।
ପାଣ୍ଡେଙ୍କ କହିବାନୁସାରେ, ମୋବାଇଲ କମ୍ପାନି ୟୁଆଇଡିଏଆଇକୁ ଆଶ୍ୱସନା ଦେଇଛନ୍ତି କି ଏହି ମାସ ଶେଷ ସୁଦ୍ଧା ମୋବାଇଲ ନମ୍ବରକୁ ଓଟିପି ଆଧାରରେ ଭେରିଫିକେସନ୍ କରିବାର ସୁବିଧା ଲାଗୁ କରାଇ ଦେବେ। ଏହି ନୂତନ ଯୋଜନା ଅବଧି ଅଗାମୀ ବର୍ଷ ଫେବ୍ରୁଆରି ୬ ପର୍ଯ୍ୟନ୍ତ ରଖାଯାଇଛି। ଦେଶରେ ମୋବାଇଲ ପ୍ରୟୋଗ ବହୁଳମାତ୍ରାରେ ବୃଦ୍ଧି ପାଇବାରେ ଲାଗିଛି। ସେଥିପାଇଁ ଲୋକମାନଙ୍କୁ ଆଧାର ନମ୍ବର ସହିତ ମୋବାଇଲ ନମ୍ବର ଯୋଡ଼ିବା ପାଇଁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/fashion-college-pavitra-sporting-colleges-whatever-happened_49145ce4-c9ef-11e7-855e-d08d9ee048bd.jpg)