ତିନି ବିଶ୍ବସ୍ତରୀୟ ସଂସ୍ଥାର ମୁଖ୍ୟ ଅର୍ଥନୀତିଜ୍ଞ ମହିଳା

ନୂଆଦିଲ୍ଲୀ: ୱାସିଂଟନ ଭିତ୍ତିକ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌)ର ମୁଖ୍ୟ ଅର୍ଥନୀତିଜ୍ଞ ଭାବେ ଭାରତର ଗୀତା ଗୋପୀନାଥ ନିଯୁକ୍ତି ପାଇଛନ୍ତି। ଆଇଏମ୍‌ଏଫ୍‌ ମୁଖ୍ୟ ଅର୍ଥନୀତିଜ୍ଞ ପଦରେ ଜଣେ ଭାରତୀୟ ମହିଳା ନିଯୁକ୍ତି ପାଇବା ପରେ ଦେଶରେ ଏ ନେଇ ଦେଶରେ ଖୁସିର ଲହରି ଖେଳିଯାଇଛି। ତେବେ ଆଇଏମ୍‌ଏଫ୍‌ ଏବେ ବିଶ୍ବର ଏକମାତ୍ର ଗୁରୁତ୍ବପୂର୍ଣ୍ଣ ସଂସ୍ଥା ନୁହେଁ ଯେଉଁଠି ମହିଳାଙ୍କୁ ମୁଖ୍ୟ ଅର୍ଥନୀତିଜ୍ଞଭାବେ ନିଯୁକ୍ତି ଦିଆଯାଇଛି। ବିଶ୍ବର ଆଉ ଦୁଇଟି ପ୍ରମୁଖ ସଂସ୍ଥା ଯଥା ୱାସିଂଟନ ଭିତ୍ତିକ ବିଶ୍ବ ବ୍ୟାଙ୍କ ଓ ପ୍ୟାରିସସ୍ଥିତ ଓଇସିଡି( ଅର୍ଥନୈତିକ ସହଯୋଗ ଓ ବିକାଶ ସଂଗଠନ)ର ମୁଖ୍ୟ ଅର୍ଥନୀତିଜ୍ଞ ଭାବେ ମଧ୍ୟ ଦୁଇଜଣ ମହିଳା ମଧ୍ୟ କିଛିଦିନ ପୂର୍ବେ ନିଯୁକ୍ତି ପାଇସାରିଛନ୍ତି। ପାଇନଲୋପି କୌଜିଆନୁ ଗୋଲ୍ଡବର୍ଗଙ୍କୁ ଗତ ଏପ୍ରିଲରେ ବିଶ୍ବବ୍ୟାଙ୍କର ମୁଖ୍ୟ ଅର୍ଥନୀତିଜ୍ଞଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ‌ଆସନ୍ତା ନଭେମ୍ବରରେ ସେ କାର୍ଯ୍ୟଭାର ଗ୍ରହଣ କରିବେ। ସେହିଭଳି ଲରେନ୍ସ ବୁନ୍‌ଙ୍କୁ ଗତ ଜୁନ୍‌ରେ ଓଇସିଡିର ମୁଖ୍ୟ ଅର୍ଥନୀତିଜ୍ଞ ଭାବେ ନିଯୁକ୍ତି ଦିଆଯାଇଛି।

ସମ୍ବନ୍ଧିତ ଖବର