ନୂଆଦିଲ୍ଲୀ: ପିଏନ୍ବି ଠକେଇ ମାମଲା ପଦାକୁ ଆସିବା ପରେ କେନ୍ଦ୍ରୀୟ ଦୁର୍ନୀତି ନିବାରଣ ଆୟୋଗ (ସିଭିସି) ପକ୍ଷରୁ ସବୁ ସରକାରୀ ବ୍ୟାଙ୍କ ଗୁଡ଼ିକ ପାଇଁ ଏକ ନିର୍ଦେଶନାମା ଜାରି କରାଯାଇଛି। ଏଥିରେ ୨୦୧୭ ଡିସେମ୍ବର ୩୧ ସୁଦ୍ଧା ୩ ବର୍ଷ ପୂରଣ କରିଥିବା ବ୍ୟାଙ୍କ ଅଧିକାରୀମାନଙ୍କୁ ବଦଳି କରିବା ଲାଗି କୁହାଯାଇଛି। ସେହିଭଳି ୨୦୧୭ ଡିସେମ୍ବର ୩୧ ସୁଦ୍ଧା ଗୋଟିଏ ସ୍ଥାନରେ ୫ ବର୍ଷ ପୂରଣ କରିଥିବା ବ୍ୟାଙ୍କର କିରାଣିମାନଙ୍କୁ ମଧ୍ୟ ତୁରନ୍ତ ବଦଳି କରିବା ଲାଗି ଏଥିରେ ନିର୍ଦେଶ ଦିଆଯାଇଛି। ଏହି ବଦଳି ନିୟମକୁ ମଧ୍ୟ ଏକ ବ୍ୟାଙ୍କ କାର୍ଯ୍ୟକାରୀ କରିଦେଇଛି ବୋଲି କହିଛି। ସିଭିସିର ପରାମର୍ଶ ଅନୁଯାୟୀ, ସବୁ ଅଧିକାରୀମାନେ ୩ ବର୍ଷରେ ବଦଳିବେ। ପୁନଶ୍ଚ ବ୍ୟାଙ୍କର ବଦଳି ନୀତି ଅନୁଯାୟୀ କୌଣସି ଅଧିକାରୀଙ୍କୁ ଗୋଟିଏ ପଦବିରେ ୩ ବର୍ଷରୁ ଅଧିକ ଏବଂ ଗୋଟିଏ ସହରରେ ୫ ବର୍ଷରୁ ଅଧିକ ସମୟ ରଖାଯିବ ନାହିଁ।
୩ ବର୍ଷରେ ବ୍ୟାଙ୍କ ଅଧିକାରୀ, ୫ ବର୍ଷରେ କିରାଣିଙ୍କ ହେବ ବଦଳି
/sambad/media/post_attachments/wp-content/uploads/2018/02/SBI-1.jpg)