ତିନି ଦିନ ବ୍ୟାଙ୍କ ବନ୍ଦ ରହିବ

ଭୁବନେଶ୍ୱର: ଚଳିତ ସପ୍ତାହରେ ବ୍ୟାଙ୍କଗୁଡ଼ିକ ଲଗାତର ତିନି ଦିନ ବନ୍ଦ ରହିବ। ଶୁକ୍ର, ଶନି ଏବଂ ରବିବାର ବ୍ୟାଙ୍କ ବନ୍ଦ ରହିବ। ଶୁକ୍ରବାର ଗଣତନ୍ତ୍ର ଦିବସ ହୋଇଥିବାରୁ ଛୁଟି ଥିବା ବେଳେ ଏଥରର ଶନିବାର ହେଉଛି ଚଳିତ ମାସର ଚତୁର୍ଥ ଶନିବାର, ତେଣୁ ସେଦିନ ବ୍ୟାଙ୍କ ବନ୍ଦ ରହିବ। ରବିବାର ସ୍ୱାଭାବିକ ଛୁଟିଦିନ। ଏଭଳି ଭାବେ ତିନି ଦିନ ବ୍ୟାଙ୍କ ବନ୍ଦ ରହିବ। ତେବେ ଏଟିଏମ୍‌ ଏବଂ ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ ସ୍ୱାଭାବିକ ଭାବେ କାମ କରିବ।

ସମ୍ବନ୍ଧିତ ଖବର