ନିୟମର ଉଲ୍ଲଂଘନ କରୁଥିବାରୁ ଟିକ୍‌ ଟକ୍‌ରୁ ହଟାଇ ଦିଆଗଲା ୬୦ଲକ୍ଷ ଭିଡିଓ

ନୂଆଦିଲ୍ଲୀ : ସର୍ଟ ଭିଡିଓ ଆପ୍‌ ତଥା ମ୍ୟୁଜିକାଲ ଆପ୍‌ ଟିକ୍‌ ଟକ୍‌କୁ ନେଇ ବିବାଦ ଖୁବ୍‌ ପୁରୁଣା । ଦିନକୁ ଦିନ ଏହାର ଲୋକପ୍ରିୟତା ବଢ଼ିବା ସହ ଏହାକୁ ନେଇ ବିବାଦ ମଧ୍ୟ ବଢ଼ିବାରେ ଲାଗିଛି । ପିଲାମାନେ ଲୋକପ୍ରିୟ ହେବା ପାଇଁ କରୁଥିବା ଭିଡିଓ ଅନେକ ସମୟରେ ହିଂସା ସୃଷ୍ଟି କରିବା ସହ କିଛି ପିଲା ଭିଡିଓ କରୁ କରୁ ମୃତ୍ୟୁବରଣ କରିବାର ଦୃଶ୍ୟ ଅନେକ ଘଟି ସାରିଛି । ଯାହାକୁ ଆଖି ଆଗରେ ରଖି ଏହା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଏବେ କିଛି ରାଜ୍ୟ ଯୋଜନା ଆରମ୍ଭ କରିଛନ୍ତି । ତେବେ ଏ ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଟିକ୍‌ ଟକ୍‌ରେ ସେୟାର କରାଯାଇଥିବା ଭିଡିଓ ଭାରତୀୟ ଗାଇଡ୍‌ଲାଇନ୍‌କୁ ଉଲ୍ଲଂଘନ କରୁଥିବାରୁ ପ୍ରାୟ ୬୦ଲକ୍ଷ ଭିଡିଓ ଟିକ୍‌ ଟକ୍‌ରୁ ହଟାଇ ଦିଆଯାଇଥିବା ଜଣା ପଡ଼ିଛି ।

Image result for tik-tok-removed-60-lakh-clips-over-rule-violations-in-india

କମ୍ପାନୀ ତରଫରୁ ଦିଆଯାଇଥିବା ବୟାନ ଅନୁଯାୟୀ, ଭାରତୀୟ ଗାଇଡ୍‌ଲାଇନ୍‌କୁ ଆଖି ଆଗରେ ରଖି ଆଗକୁ ଭାରତୀୟମାନେ କରୁଥିବା ଭିଡିଓ ଉପରେ କଡ଼ା ନଜର ରଖାଯିବ । ଏହା ସହ ୬-୧୮ମାସ ମଧ୍ୟରେ ଭାରତରେ ଡାଟା ଷ୍ଟୋର ପାଇଁ ଏକ ସ୍ୱତନ୍ତ୍ର ସର୍ଭର କାମ କରିବା ଆରମ୍ଭ କରିବ । ବର୍ତ୍ତମାନ ଭାରତୀୟ ବ୍ୟବହାରକାରୀଙ୍କ ଡାଟା ଆମେରିକା ଓ ସିଙ୍ଗାପୁରରେ ରଖାଯାଉଛି । ଯାହାକୁ ଆଗାମୀ ଦିନରେ ଭାରତକୁ ଅଣାଯିବ । ବର୍ତ୍ତମାନ ଭାରତରେ ଟିକ୍‌ ଟକ୍‌ ବ୍ୟବହାରକାରୀଙ୍କ ସଂଖ୍ୟା ୨୦କୋଟି ଥିବା ବେଳେ ଡାଟା ସୁରକ୍ଷା ଓ ଭିଡିଓକୁ ନେଇ ଯେମିତି କୌଣସି ହିଂସା ନ ହୁଏ, ସେ ନେଇ କାମ ଆରମ୍ଭ କରିଛି କମ୍ପାନୀ ।

ସମ୍ବନ୍ଧିତ ଖବର