ନୂଆଦିଲ୍ଲୀ : ଆସନ୍ତା ରବିବାର ଠାରୁ ଆମେରିକାରେ ଚୀନ୍ର ଦୁଇ ଲୋକପ୍ରିୟ ଆପ୍ ଟିକ୍ଟକ୍ ଓ ୱିଚାଟ୍ ନିଷିଦ୍ଧ ହେବ। ଜାତୀୟ ସୁରକ୍ଷା ପ୍ରତି ବିପଦ ଦର୍ଶାଇ ଏହି ଦୁଇ ଆପ୍କୁ ଡୋନାଲ୍ଡ ଟ୍ରମ୍ପ୍ଙ୍କ ନେତୃତ୍ବାଧୀନ ଆମେରିକା ନିଷିଦ୍ଧ କରିଛି। ଭାରତରେ ଅନେକ ଦିନରୁ ଟିକ୍ଟକ୍ ନିଷିଦ୍ଧ ହୋଇସାରିଛି। ଟିକ୍ଟକ୍ର ଆମେରିକାରେ ଥିବା ବ୍ୟବସାୟକୁ କୌଣସି ଆମେରିକୀୟ କଂପାନିକୁ ବିକ୍ରି କରିବା ଲାଗି ଟ୍ରମ୍ପ୍ ଏହାର ମାଲିକ ବାଇଟ୍ଡ୍ୟାନ୍ସ ଉପରେ ଚାପ ପକାଉଥିଲେ। ଏହା ବ୍ୟତୀତ ଚୀନ୍ ଓ ଆମେରିକା ମଧ୍ୟରେ ଚାଲିଥିବା ବାଣିଜ୍ୟ ଲଢ଼େଇ ଦିନକୁ ଦିନ ତୀବ୍ର ହେଉଥିବାରୁ ଚୀନ୍ ଆପ୍କୁ ଆମେରିକା ନିଷିଦ୍ଧ କରିବା ଲାଗି ନିଷ୍ପତ୍ତି ନେଇଥାଇପାରେ ବୋଲି କୁହାଯାଇଛି।ଆମେରିକାର ବାଣିଜ୍ୟ ମନ୍ତ୍ରୀ ୱିଲ୍ବର ରସ୍ କହିଛନ୍ତି, ଏହି ଆପ୍ ଆମେରିକାର ଜାତୀୟ ନିରାପତ୍ତା, ବୈଦେଶିକ ନୀତି ଓ ଅର୍ଥନୀତି ପ୍ରତି ବିପଦ। ଚୀନ୍ କମ୍ୟୁନିଷ୍ଟ୍ ପାର୍ଟି ଏହାକୁ ସେହିଭଳି ବ୍ୟବହାର କରୁଛନ୍ତି। ଚୀନ୍ର ବକ୍ତାମାନେ ୱିଚାଟ୍କୁ ବହୁତ ଭାବେ ବ୍ୟବହାର କରୁଥିଲେ। ଆମେରିକୀୟ କଂପାନି ଆପଲ ଓ ଗୁଗୁଲ୍ ଦ୍ବାରା ପରିଚାଳିତ ହେଉଥିବା ଅନଲାଇନ୍ ମାର୍କେଟ୍ପ୍ଲେସ୍ଗୁଡ଼ିକ ଟିକ୍ଟକ୍କୁ ବ୍ୟବହାର କରୁଥିଲେ। ରବିବାର ଠାରୁ ୱିଚାଟ୍ ସମ୍ପୂର୍ଣ୍ଣ ନିଷିଦ୍ଧ ହେବ। ତେବେ ଆମେରିକାବାସୀ ଆସନ୍ତା ନଭେମ୍ବର ୧୨ ପର୍ଯ୍ୟନ୍ତ ଟିକଟକ୍କୁ ବ୍ୟବହାର କରିପାରିବେ।
ଆମେରିକାରେ ଟିକ୍ଟକ୍, ୱିଚାଟ୍ ନିଷିଦ୍ଧ
/sambad/media/post_attachments/wp-content/uploads/2019/04/165127-tik-tak.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)