ଆପ୍‌ ଷ୍ଟୋରରୁ ଟିକ୍‌-ଟକ୍‌କୁ ହଟାଇବା ପାଇଁ ଗୁଗଲ ଏବଂ ଆପଲ କମ୍ପାନୀକୁ କହିଲେ ଭାରତ ସରକାର

ନୂଆଦିଲ୍ଲୀ : ଟିକ୍‌-ଟକ୍‌ ଆପ୍‌ର ପ୍ରଭାବ ଯୁବପିଢ଼ୀଙ୍କ ଉପରେ ଯେଉଁଭଳି ଭାବରେ ପଡ଼ିବା ଆରମ୍ଭ ହୋଇଛି । ତାକୁ ଆଖି ଆଗରେ ରଖି ଭାରତ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ପ୍ରଥମେ କିଛି ରାଜ୍ୟରେ ଟିକ୍‌-ଟକ୍‌ ଉପରେ ପ୍ରତିବନ୍ଧକ ଲଗାଯିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ଆପ୍‌ ଷ୍ଟୋରରୁ ଟିକ୍‌-ଟକ୍‌ ଆପ୍‌କୁ ହଟାଇବା ପାଇଁ ଭାରତ ସରକାର ଗୁଗଲ୍‌ ଏବଂ ଆପଲ କମ୍ପାନୀକୁ କହିଥିବା ଜଣା ପଡ଼ିଛି । ଏହି ଦୁଇ କମ୍ପାନୀ ନିଜ ନିଜର ଆପ୍‌ ଷ୍ଟୋରରୁ ଟିକ୍‌-ଟକ୍‌ ଆପ୍‌କୁ ହଟାଇବା ଦ୍ୱାରା ଏହାକୁ ଲୋକେ ଡାଉନ୍‌ଲୋଡ୍‌ କରି ବ୍ୟବହାର କରିବାକୁ ଅସମର୍ଥ ହେବେ । କିନ୍ତୁ ଯେଉଁମାନେ ଏହାକୁ ପୂର୍ବରୁ ଡାଉନ୍‌ଲୋଡ୍‌ କରି ସାରିଛନ୍ତିି, ସେମାନଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ । ତେବେ କମ୍ପାନୀ ଭାରତ ସରକାରଙ୍କ ଏହି ପ୍ରସ୍ତାବକୁ ଗ୍ରହଣ କରୁଛି କି ନାହିଁ ତାହା ଦେଖିବାକୁ ବାକି ରହିଲା ।

TNW

ସୂଚନା ମୁତାବକ, ଟିକ୍‌-ଟକ୍‌ ଆପ୍‌ରେ ବିଭିନ୍ନ ରାଜନେତା ଏବଂ ପୁଲିସକର୍ମୀମାନଙ୍କୁ ଟ୍ରୋଲ କରାଯାଉଥିବାର ଭିଡିଓ ଦେଖାଯିବାରୁ ଏହା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଦାବି ଆରମ୍ଭ ହୋଇଥିଲା । କିଛି ଯୁବକ ଲୋକପ୍ରିୟତା ପାଇଁ ପର୍ଣ୍ଣ ଭିଡିଓ ସହ ଅସହଜ ମନେ ହେଉଥିବା ଭିଡିଓ ପୋଷ୍ଟ କରିବା ପରେ ମାଡ୍ରାସ ହାଇକୋର୍ଟ ଏହା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଆଦେଶ ଦେଇଥିଲା । ଏଭଳି ଆଦେଶ ଆସିବା ପରେ ଟିକ୍‌-ଟକ୍‌ର ମାଲିକ ବାଇଟେଡାନ୍ସ ଆପ୍‌ରୁ ୬ଲକ୍ଷ ଆପତ୍ତିଜନକ ଭିଡିଓ ହଟାଇ ଦିଆଯାଇଥିବା ନେଇ ସୂଚନା ଦେବା ସହ ଏହା ଉପରେ ପ୍ରତିବନ୍ଧକ ଲଗାଯିବାକୁ ନେଇ ବିରୋଧ କରିଥିଲେ ।

ସମ୍ବନ୍ଧିତ ଖବର