ଆମେରିକାରେ ନିଷିଦ୍ଧ ହେବ ଟିକ୍‌ଟକ୍‌

ୱାସିଂଟନ: ଆମେରିକାରେ ଟିକ୍‌ଟକ୍‌କୁ ନିଷିଦ୍ଧ କରାଯିବ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ଚୀନ ଏହି ଆପ୍‌କୁ ଗୁଇନ୍ଦା କାର୍ଯ୍ୟରେ ବ୍ୟବହାର କରିପାରେ ବୋଲି ଆମେରିକା ପ୍ରଶାସନ ପକ୍ଷରୁ ସନ୍ଦେହ ପ୍ରକଟ କରାଯିବା ପରେ ଟ୍ରମ୍ପ ଏଭଳି ମନ୍ତବ୍ୟ ଦେଇଛନ୍ତି। ମୂଳ କମ୍ପାନି ବାଇଟ୍‌ଡ୍ୟାନ୍ସ ସହିତ ସମ୍ପର୍କ ଛିନ୍ନ କରିବା ପାଇଁ ଆମେରିକା ପ୍ରଶାସନ ନିର୍ଦ୍ଦେଶ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଥିବାବେଳେ ଟ୍ରମ୍ପ କିନ୍ତୁ ତାକୁ ନିଷିଦ୍ଧ କରିବା ନେଇ କହିଛନ୍ତି। ରାଷ୍ଟ୍ରପତି ତାଙ୍କ ବିମାନ ଏୟାରଫୋର୍ସ ୱାନ ପରିସରରେ ସାମ୍ବାଦିକମାନଙ୍କୁ ଟିକ୍‌ଟକ୍‌କୁ ନିଷିଦ୍ଧ କରିବା ସମ୍ପର୍କରେ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଚୀନ ସରକାରଙ୍କ ସହ ଆମର କୌଣସି ସମ୍ପର୍କ ନାହିଁ ବୋଲି କମ୍ପାନି କହିଛି।

ସ୍ବତନ୍ତ୍ର କ୍ଷମତା ବଳରେ ଟ୍ରମ୍ପ ଏହା ଉପରେ ନିଷେଧାଦେଶ ଲାଗୁ କରିବେ ବୋଲି କହିଛନ୍ତି। ତେବେ ଟିକଟକର ଆମେରିକା ବ୍ୟବସାୟକୁ ମାଇକ୍ରୋସଫ୍ଟ କିଣିବା ନେଇ ଏହା ପୂର୍ବରୁ ଚର୍ଚ୍ଚା ହେଉଛି। ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଦେଲାଙ୍କ ଏ ସଂକ୍ରାନ୍ତ ଏକ ବିବୃତି ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲରେ ମଧ୍ୟ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର