ଭାରତରେ ବ୍ୟବସାୟ ବନ୍ଦ କରିବ ଟିକ୍‌ଟକ୍‌

ନୂଆଦିଲ୍ଲୀ: ଚୀନ୍‌ର କ୍ଷୁଦ୍ର ଭିଡିଓ ଆପ୍ ଟିକ୍‌ଟକ୍‌ର ମାଲିକ ବାଇଟ୍‌ଡ୍ୟାନ୍ସ ଭାରତରେ କର୍ମଚାରୀ ଛଟେଇ ଆରମ୍ଭ କରିଛି। ଚୀନ୍‌ର ୫୯ଟି ଆପ୍‌କୁ ସ୍ଥାନୀୟ ଭାବେ ନିଷିଦ୍ଧ କରାଯିବା ପରେ କଂପାନି ଏଭଳି କଠୋର ନିଷ୍ପତ୍ତି ନେଇଛି। କଂପାନି ସବୁଦିନ ପାଇଁ ଭାରତ ଛାଡ଼ି ଚାଲିଯିବାକୁ ପ୍ରସ୍ତୁତ ହେଉଛି। ବାଇଟ୍‌ଡ୍ୟାନ୍ସ ପାଇଁ ଭାରତରେ ୨୦୦୦ରୁ ଅଧିକ କର୍ମଚାରୀ କାର୍ଯ୍ୟ କରୁଥିଲେ। ଏହି ସ୍ଥିତି ସ୍ବଳ୍ପ ସମୟ ପାଇଁ ରହିବ ବୋଲି ଆମର ଭାବନା ଥିଲା। ମାତ୍ର ମାମଲା ସମ୍ପୂର୍ଣ୍ଣ ଭିନ୍ନ ଆଡ଼କୁ ଗତି କରିଛି ବୋଲି କଂପାନି ଏହାର କର୍ମଚାରୀଙ୍କୁ ଜଣାଇଛି।

ସମ୍ବନ୍ଧିତ ଖବର