ନୂଆଦିଲ୍ଲୀ: ଭାରତ ସରକାର ଟିକ୍ଟକ୍କୁ ନିଷିଦ୍ଧ ଘୋଷଣା କରିବା ପରେ ଏହାକୁ ବିକଶିତ କରିଥିବା କଂପାନି ବାଇଟ୍ଡ୍ୟାନ୍ସ ପ୍ରାୟ ୪୫ ହଜାର କୋଟି ଟଙ୍କାର କ୍ଷତି ସହିବ ବୋଲି ଆକଳନ କରାଯାଇଛି। ବାଇଟ୍ଡ୍ୟାନ୍ସର ଦୁଇଟି ଆପ୍ ଟିକ୍ଟକ୍ ଓ ହେଲୋ ଭାରତରେ ବେଶ ଲୋକପ୍ରିୟ ଥିଲା। ଚୀନ୍ ସରକାରଙ୍କ ନିୟନ୍ତ୍ରଣରେ ଥିବା ଗଣମାଧ୍ୟମ ସଂସ୍ଥା ଗ୍ଲୋବାଲ୍ ଟାଇମସ୍ ଆକଳନ କରିଛି ଯେ, ଭାରତ ସରକାର ଲଗାଇଥିବା ନିଷେଧାଦେଶ କାରଣରୁ ବାଇଟ୍ଡ୍ୟାନ୍ସ ୪୫ ହଜାର କୋଟି ଟଙ୍କାର କ୍ଷତି ସହିବ।
ସେନ୍ସର୍ ଟାୱାର ନାମକ ଏକ ମୋବାଇଲ୍ ଆପ୍ ଅନୁଶୀଳନ କରୁଥିବା ସଂସ୍ଥାର ରିପୋର୍ଟକୁ ଆଧାରରେ କରି ଗ୍ଲୋବାଲ୍ ଟାଇମସ୍ ଲେଖିଛି ଯେ, ଗତ ମେ’ରେ ଟିକ୍ଟକ୍କୁ ୧୧.୨ କୋଟି ଥର ଡାଉନ୍ଲୋଡ୍ କରାଯାଇଛି। ଆମେରିକା ତୁଳନାରେ ଭାରତରେ ଅଧିକ ଥର ଏହି ଆପ୍ ଡାଉନ୍ଲୋଡ୍ ହୋଇଛି। ଗତ ସୋମବାର ଭାରତ ସରକାର ଟିକ୍ଟକ୍, ହେଲୋ, ୟୁସି ବ୍ରାଉଜର, କ୍ୟାମ୍ସ୍କାନର୍, କ୍ଲବ୍ ଫ୍ୟାକ୍ଟ୍ରି ଭଳି ୫୯ଟି ଆପ୍କୁ ନିଷିଦ୍ଧ ଘୋଷଣା କରିଥିଲେ। ଭାରତ ସରକାରଙ୍କ ଏହି ପଦକ୍ଷେପ ଚୀନ୍ର ନିବେଶକ ଓ ବ୍ୟବସାୟ ଜଗତ ଉପରେ ଗଭୀର ପ୍ରଭାବ ପକାଇଛି। ସେମାନଙ୍କ ମନୋବଳ ଦୁର୍ବଳ ହୋଇଛି। ଭାରତରେ ଟିକ୍ଟକ୍କୁ ୨୦ କୋଟିରୁ ଅଧିକ ଲୋକ ବ୍ୟବହାର କରୁଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ବ୍ୟବହାରକାରୀଙ୍କ ବୟସ ୧୬-୨୪ ବର୍ଷ ବୟସ ମଧ୍ୟରେ ଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/09/illustration-photo-mobile-screen-picture-tiktok-application_071aba40-db9f-11e9-b2f8-83b44344bbe7.jpg)