ବଣିକ୍‌କୁ ଟାଇମସ୍‌ ବିଜ୍‌ନେସ୍‌ ପୁରସ୍କାର

ଭୁବନେଶ୍ବର: ଶିକ୍ଷା କ୍ଷେତ୍ରରେ ଉତ୍କର୍ଷ ପାଇଁ ବଣିକ୍‌କୁ ଟାଇମସ୍‌ ବିଜନେସ୍ ପୁରସ୍କାର-୨୦୨୦ ପ୍ରଦାନ କରାଯାଇଛି। ବଲିଉଡ୍‌ ତାରକା ଅନିଲ କପୁରଙ୍କ ଠାରୁ ବଣିକ୍‌ର ମୁଖ୍ୟ ପରିଚାଳନା ନିର୍ଦେଶକ ସୁବ୍ରତ ଛାଟୋଇ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଛାତ୍ରଛାତ୍ରୀମାନଙ୍କ ଉଦ୍ୟମ, ପ୍ରଶିକ୍ଷକମାନଙ୍କ ପ୍ରଚେଷ୍ଟା, ପାଠ୍ୟ ଉପକରଣ, ୨୪ ଘଣ୍ଟିଆ ପାଠାଗାର, ପରୀକ୍ଷା ଏବଂ ସାକ୍ଷାତକାର ପରୀକ୍ଷା ପାଇଁ ପ୍ରସ୍ତୁତି ଯୋଗୁଁ ବଣିକ୍ ରାଜ୍ୟର ଶ୍ରେଷ୍ଠ କୋଚିଂ ପ୍ରତିଷ୍ଠାନ ଭାବେ ଉଭା ହୋଇଛି ବୋଲି ଶ୍ରୀ ଛାଟୋଇ କହିଛନ୍ତି।

ସମ୍ବନ୍ଧିତ ଖବର