ଭୁବନେଶ୍ୱର: ନୟାପଲ୍ଲୀର କ୍ରିଷ୍ଣା ପ୍ଲାଜା ମଲ୍ଠାରେ ଟାଇମେକ୍ସ ଓ୍ଵାର୍ଲଡ୍ର ଏକ ନୂଆ ଷ୍ଟୋର ଖୋଲିଛି। ଏହାକୁ ଟାଇମେକ୍ସ ଗ୍ରୁପ୍ର ବିକ୍ରି ଏବଂ ମାର୍କେଟିଂ ବିଭାଗ ମୁଖ୍ୟ ଅନୁପମ ମାଥୁର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ ଭୁବନେଶ୍ୱରରେ ଆମର ନୂଆ ଷ୍ଟୋର ଖୋଲି ଆମେ ବହୁତ ଆନନ୍ଦିତ। ଏହା ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବଜାର। ଘଣ୍ଟା ବ୍ୟବସାୟରେ ଗୁଣାତ୍ମକ ଉତ୍ପାଦ ଏବଂ ଉତ୍କଷ୍ଟ ବିକ୍ରି ପରବର୍ତି ସେବାର ଚାହିଦା ବଢ଼ିଯାଇଥିବାରୁ ଆମେ ଏହି ସବୁ ସୁବିଧା ଗୋଟିଏ ଛାତ ତଳେ ଗ୍ରାହକଙ୍କୁ ପ୍ରଦାନ କରିବାକୁ ଚାହୁଁଛୁ। ଆମର ପ୍ରଥମ ଦୁଇଟି ଷ୍ଟୋର୍କୁ ଗ୍ରାହକମାନେ ବହୁତ ପସନ୍ଦ କରୁଛନ୍ତି। ସେଥିପାଇଁ ଆମେ ତୃତୀୟ ଷ୍ଟୋର ଖୋଲିବାକୁ ନିଷ୍ପତ୍ତି ନେଇଥିଲୁ ବୋଲି ସେ କହିଛନ୍ତି। ନୂଆ ଷ୍ଟୋର୍ ପକ୍ଷରୁ ପ୍ରଥମ ୧୦୦ ଗ୍ରାହକଙ୍କୁ ୧୦ ଗ୍ରାମ ରୁପା କଏନ୍ ପ୍ରଦାନ କରାଯିବ।
‘ଟାଇମେକ୍ସ ଓ୍ଵାର୍ଲଡ୍ ଷ୍ଟୋର୍’ ଉଦ୍ଘାଟିତ
/sambad/media/post_attachments/wp-content/uploads/2018/02/TIMEX.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)