ଭୁବନେଶ୍ବର: ଆୟକର ବିଭାଗର ଟିନ୍ ୨.୦ରେ ଯୋଡ଼ି ହେବାରେ ପ୍ରଥମ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ପରିଣତ ହୋଇଛି ବ୍ୟାଙ୍କ ଅଫ୍ ଇଣ୍ଡିଆ। ଏହା ଦ୍ବାରା ଟିକସଦାତାମାନେ ଗୋଟିଏ ପୋର୍ଟାଲ୍ରେ ଟିକସ ଦାଖଲ ଓ ରିଟର୍ଣ୍ଣ ଫାଇଲ୍ କରିପାରିବେ। ସାରା ଦେଶରେ ଥିବା ବ୍ୟାଙ୍କର ସମସ୍ତ ଶାଖାରେ ପ୍ରତ୍ୟକ୍ଷ ଟିକସ ଦାଖଲ କରିହେବ। ଏ ସମ୍ପର୍କରେ ବ୍ୟାଙ୍କର ମହାପ୍ରବନ୍ଧକ ଡି ଏସ୍ ଶେଖାୱତ୍ କହିଛନ୍ତି ଯେ ଗ୍ରାହକମାନଙ୍କୁ ଡିଜିଟାଲ୍ ପ୍ଲାଟଫର୍ମରେ ଅନୁକୂଳ ସେବା ପ୍ରଦାନ କରିବାକୁ ଆମେ ପ୍ରତିବଦ୍ଧ ରହିଛୁ। ସହଯୋଗ ପାଇଁ ସେ ଆୟକର ବିଭାଗର ଅତିରିକ୍ତ ନିର୍ଦେଶକ ବିବେକ ଉପାଧ୍ୟାୟଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପରିଚାଳନା ନିର୍ଦେଶକ ଅତନୁ ଦାସ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଏମ୍ କାର୍ତ୍ତିକେୟନଙ୍କ ସକ୍ରିୟ ଯୋଗଦାନ ରହିଥିବା ମଧ୍ୟ ସେ କହିଛନ୍ତି। କେ-ଫିନ୍ଟେକ୍ ସହଯୋଗିତାରେ ବ୍ୟାଙ୍କ ଏହାକୁ ଆରମ୍ଭ କରିଛି ଯାହାକୁ ପିଏଫ୍ଆର୍ଡିଏର ଅଧ୍ୟକ୍ଷ ସୁପ୍ରତିମ ବନ୍ଦୋପାଧ୍ୟାୟ ଉଦଘାଟନ କରିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp