ମୁକେଶଙ୍କୁ ଟିନାଙ୍କ ଜନ୍ମଦିନ ଶୁଭେଚ୍ଛା

ନୂଆଦିଲ୍ଲୀ: ଅନିଲ ଅମ୍ବାନିଙ୍କ ପତ୍ନୀ ଟିନା ଅମ୍ବାନି ଆଜି ନିଜ ଦେଢ଼ଶୁର ମୁକେଶ ଅମ୍ବାନିଙ୍କୁ ଜନ୍ମଦିନ ଶୁଭେଚ୍ଛା‌ ଜଣାଇଛନ୍ତି। ଇନଷ୍ଟାଗ୍ରାମ୍‌ରେ ସେ ଦୁଇଟି ଫଟୋ ପୋଷ୍ଟ କରି ଜନ୍ମଦିନ ପାଇଁ ଶୁଭେଚ୍ଛା ବାର୍ତା ଲେଖିଛନ୍ତି। ଏହାକୁ ନେଇ ଆଜି ଇନଷ୍ଟାଗ୍ରାମ୍‌ରେ ବେଶ ଚର୍ଚ୍ଚା ହୋଇଥିଲା। ସମ୍ପତ୍ତି ଭାଗବଣ୍ଟାକୁ ନେଇ ଦୁଇ ଭାଇ ମୁକେଶ ଓ ଅନିଲଙ୍କ ମଧ୍ୟରେ ସମ୍ପର୍କ ଭଲ ନଥିଲା। ବାପାଙ୍କ ସମ୍ପତ୍ତିକୁ ଦୁଇ ଭାଇଙ୍କ ମଧ୍ୟରେ ଭାଗ କରାଯାଇଛି। ବର୍ତ୍ତମାନର ସ୍ଥିତି ହେଉଛି ଏହା ଯେ ମୁକେଶ ହେଉଛନ୍ତି ଭାରତର ଏକ ନମ୍ବର ଧନୀ ବ୍ୟକ୍ତି। କିନ୍ତୁ ଅନିଲଙ୍କ ସମ୍ପତ୍ତି ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି। ମୁକେଶଙ୍କୁ ଟିନାଙ୍କ ଜନ୍ମଦିନ ଶୁଭେଚ୍ଛାରୁ ଏହା ଜଣାପଡ଼ୁଛି ଯେ ଦୁଇ ପରିବାର ମଧ୍ୟରେ ଥିବା ମନୋମାଳିନ୍ୟ ଦୂର ହେବାରେ ଲାଗିଛି।

ସମ୍ବନ୍ଧିତ ଖବର