ଲାପଟପ,ସ୍ମାର୍ଟଫୋନ ମନିଟରରୁ ନିର୍ଗତ କ୍ଷତିକାରକ ଆଲୋକ ଦାଉରୁ ଆଖିକୁ ରକ୍ଷା କରିବ ବ୍ଲୁଟେକ ଲେନ୍ସ

ଭୁବନେଶ୍ୱର: ଟାଇଟନ୍‌ ଆଇ ପ୍ଲସ୍‌ ପକ୍ଷରୁ ବ୍ଲୁ ଟେକ୍‌ ଲେନ୍ସକୁ ଉନ୍ମୋଚନ କରାଯାଇଛି । ଏଲ୍‌ଇଡି ସ୍କ୍ରିନ୍‌ର ଦୀର୍ଘ ସମୟ ବ୍ୟବହାର ଯୋଗୁଁ ହେଉଥିବା ସମସ୍ୟାକୁ ଏହି ବ୍ଲୁ ଟେକ୍‌ ଲେନ୍ସ ପ୍ରତିହତ କରିପାରିବ। ଲାପ୍‌ଟପ୍‌, ସ୍ମାର୍ଟଫୋନ୍‌, କିଣ୍ଡଲ ଆଦିର ବ୍ୟବହାର ଯୋଗୁ ଆଖି ଉପରେ ପଡ଼ୁଥିବା ଖରାପ ପ୍ରଭାବକୁ ଏହା ଦୂର କରିବ। ଟାଇଟନ୍‌ ଆଇ ପ୍ଲସ୍‌ର ବ୍ଲୁ ଟେକ୍‌ ଲେନ୍ସ ବ୍ୟବହାର ଦ୍ୱାରା ଚକ୍ଷୁ ଉପରେ ସ୍କ୍ରିନ୍‌ ବ୍ୟବହାର ପାଇଁ ପଡ଼ୁଥିବା ଖରାପ ପ୍ରଭାବକୁ ଦୂର କରାଯାଇପାରିବ। ଆଖି ଉପରେ ନୀଳ ଆଲୋକର ଖରାପ ପ୍ରଭାବକୁ ନେଇ ଅନେକ ଆଲୋଚନା ହୋଇଛି । ନୀଳ ଆଲୋକ କେବଳ ଇଲେକ୍ଟେାନିକ୍ସ ସାମଗ୍ରୀରୁ ସୃଷ୍ଟି ହୋଇନଥାଏ। ପ୍ରାକୃତିକ ଆଲୋକ ସହିତ ମଧ୍ୟ ତାହା ମିଶି ରହିଛି। ନୀଳ ଆଲୋକ ସଂସ୍ପର୍ଶରେ ଅଧିକ ସମୟ ଆସିଲେ ଆଖିରେ ଯନ୍ତ୍ରଣା ହୁଏ, ଅସ୍ପଷ୍ଟ ଦେଖାଯାଏ, ଆଖି ଲାଲ୍‌ ହେବା ଭଳି ସମସ୍ୟା ଦେଖାଦିଏ । ବ୍ଲୁ ଟେକ୍‌ ଲେନ୍ସ ନୀଳ ଆଲୋକରୁ ଆଖିକୁ ସୁରକ୍ଷା ପ୍ରଦାନ କରିବ। ଏହାର ଚାରିଟି ପ୍ରମୁଖ ଲାଭ ରହିଛି। ତାହା ହେଉଛି ସ୍କ୍ରାଚ୍‌ ନିରୋଧୀ, ଆଣ୍ଟି-ଗ୍ଲେୟାର୍‌, ଆଣ୍ଟି ବ୍ଲୁ କୋଟିଂ ଓ ୟୁଭି-୩୮୦ ସୁରକ୍ଷା । ବିଭିନ୍ନ ପ୍ରକାରରେ ଏହି କୋଟିଂ ଉପଲବ୍ଧ ହେଉଛି। ସିଙ୍ଗଲ ଭିଜନ୍‌ଠାରୁ ଆରମ୍ଭ କରି ହାଇ ପାୱାର ସିଙ୍ଗଲ୍‌ ଭିଜନ୍‌ ପର୍ଯ୍ୟନ୍ତ ସବୁଥି ପାଇଁ ଏହା ଉପଯୁକ୍ତ। ବ୍ଲୁ ଟେକ୍‌ ଲେନ୍ସର ମୂଲ୍ୟ ୧୦୯୫ ଟଙ୍କାରୁ ଆରମ୍ଭ ହୋଇଛି। ଏହା ସମସ୍ତ ଟାଇଟନ୍‌ ଆଇ ପ୍ଲସ୍‌ ଷ୍ଟୋର୍‌ରେ ଉପଲବ୍ଧ ହେଉଛି।

ସମ୍ବନ୍ଧିତ ଖବର