ଆସିଲା ଟାଇଟନର ଓଲିଓ ସନଗ୍ଲାସ୍‌ କଲେକ୍ସନ

ବାଙ୍ଗାଲୋର: ଟାଇଟନ ସନଗ୍ଲାସ ପକ୍ଷରୁ ନୂତନ ଓଲିଓ କଲେକ୍ସନର ଶୁଭାରମ୍ଭ କରାଯାଇଛି । ଏହି ବ୍ୟାପକ ରେଞ୍ଜର ସନଗ୍ଲାସ ଗୁଡିକ ଷ୍ଟାଇଲିସ ହେବା ସହ ଅତ୍ୟାଧୁନିକ ଲେନ୍ସ ପ୍ରଯୁକ୍ତି ସଂପନ୍ନ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି । ଏହି ଓଲିଓ ଲେନ୍ସରେ ସ୍ୱତନ୍ତ୍ର ଧରଣର ଓଲିଓଫିବିକ କୋଟିଙ୍ଗ ରହିଛି, ଯାହାକି ଧୂଳି, ପାଣି ଏବଂ ଦାଗରୁ ସୁରକ୍ଷା ପ୍ରଦାନ କରେ । ଲେନ୍ସର ଗୁଣବତ୍ତାକୁ ପୋଲାରାଇଜେସନ ଏବଂ ୟୁଭି-୪୦୦ ଫିଲ୍ଟର ମାଧ୍ୟମରେ ବଢାଯାଇଛି, ଯାହାକି ସୂର୍ଯ୍ୟର କ୍ଷତିକାରକ ଅଲଟ୍ରା ଭାୟୋଲେଟ୍‌ ରଶ୍ମିର ପ୍ରଭାବ କମ୍‌ କରିବା ସହ ସ୍ପଷ୍ଟତାକୁ ମଧ୍ୟ ବଢାଇଥାଏ । ଏହି କଲେକ୍ସନରେ ସମକାଳୀନ ଡିଜାଇନର ଏକ ବିଶାଳ ରେଞ୍ଜ୍‌ ରହିଛି, ଯାହା ମଧ୍ୟରେ ରହିଛି ପ୍ରଥମ ଥର ପାଇଁ କ୍ରିଷ୍ଟାଲ ଖଚିତ ଫ୍ରେମ ଏବଂ ଗୋଲାକାର ଓ ଆୟତାକାର ଆକୃତିର ସ୍ୱତନ୍ତ୍ର ଡିଜାଇନ । ଏହି ସ୍ୱତନ୍ତ୍ର ଡିଜାଇନ ଗୁଡିକ ମ୍ୟାଟ ବ୍ଲୁ, ଗ୍ରେ ମେଟାଲ, ବ୍ରାଉନ ମେଟାଲ ରଙ୍ଗ ସହ ସଲିଡ ସ୍ମୋକ ଓ ବ୍ରାଉନ ଗ୍ରାଡିଏନ୍ଟ ଲେନ୍ସର ବୈଶିଷ୍ଠ୍ୟ ସହ ଆସୁଛି । ଏହି ସନଗ୍ଲାସ ଗୁଡିକର ମୂଲ୍ୟ ଟ୨୯୯୯ରୁ ୩୯୯୯ ଟଙ୍କା ମଧ୍ୟରେ ରହିଛି ବୋଲି କମ୍ପାନି ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ ଯେ ଚଷମା ଫ୍ରେମ ଓ ଲେନ୍ସ ଉପରେ ସରକାର ଜିଏସଟି ହାରକୁ ହ୍ରାସ କରିଛନ୍ତି । ଲେନ୍ସ ଉପରେ ପୂର୍ବଭଳି ୧୨ ପ୍ରତିଶତ ଜିଏସଟି ଲାଗୁ ହେଉଥିବାବେଳେ ଫ୍ରେମ ଉପରେ ଜିଏସଟି ହାରକୁ ୧୮ରୁ ୧୨ ପ୍ରତିଶତକୁ ହ୍ରାସ କରାଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସନଗ୍ଲାସ ଉପରେ ପୂର୍ବରୁ ୨୮ ପ୍ରତିଶତ ଟିକସ ଲାଗୁ ହେଉଥିବାବେଳେ ଏବେ ତାହାକୁ ୧୮ ପ୍ରତିଶତକୁ ହ୍ରାସ କରାଯାଇଛି । ସରକାର ପୂର୍ବରୁ ସନଗ୍ଲାସକୁ ଲକଜୁରୀ ସାମଗ୍ରୀ ମଧ୍ୟରେ ରଖୁଥିବାବେଳେ ଏବେ ତାହାକୁ ସାଧାରଣ ବ୍ୟବହାର ସାମଗ୍ରୀ ମଧ୍ୟରେ ରଖିଛନ୍ତି ।

ସମ୍ବନ୍ଧିତ ଖବର