ଭୁବନେଶ୍ବର: ଅନଲାଇନ୍ରେ ହୋଟେଲ୍ ବୁକିଙ୍ଗ ସୁବିଧା ପ୍ରଦାନ କରୁଥିବା ଗୋ-ଏମ୍ଏମ୍ଟି ଓ ଆଇବିବୋ ଉପରେ ରାଜ୍ୟର ହୋଟେଲ୍ଗୁଡ଼ିକ କଟକଣା ଲଗାଇଛନ୍ତି। ଏହି ଅନଲାଇନ୍ ଟୁର୍ ଅପରେଟରଙ୍କ କାର୍ଯ୍ୟଶୈଳୀକୁ ନେଇ ସାରା ଭାରତରେ ହୋଟେଲ୍ଗୁଡ଼ିକ ଆପତ୍ତି ଉଠାଇଥିଲେ। ବିବାଦ ସମାଧାନ କରିବାକୁ ଏହି ସଂସ୍ଥା ଆଗ୍ରହ ଦେଖାଉନାହିଁ। ତେଣୁ, ଚଳିତ ମାସ ୨୬ ତାରିଖରେ ଅନୁଷ୍ଠିତ ହୋଇଯାଇଥିବା ଏଚ୍ଆର୍ଏଓର ୩୦ତମ ବାର୍ଷିକ ସାଧାରଣ ବୈଠକରେ ସର୍ବସମ୍ମତିକ୍ରମେ ଗୋ-ଏମଏମ୍ଟି ଉପରେ କଟକଣା ଲଗାଇବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ଏଚ୍ଆର୍ଏଓର ଅଧ୍ୟକ୍ଷ ଜେ କେ ମହାନ୍ତି କହିଛନ୍ତି। ଏହି ସଂସ୍ଥା ସହ ହୋଇଥିବା ବୁଝାମଣା ରଦ୍ଦ କରିବା ପାଇଁ ସ୍ବାଧୀନ ହୋଟେଲ୍ଗୁଡ଼ିକ ୧୫ ଦିନର ମହଲତ ସହ ନୋଟିସ୍ ପଠାଇବେ। ଆସନ୍ତା ବର୍ଷ ଜାନୁଆରି ୧୫ ଠାରୁ ଗୋ-ଏମ୍ଏମଟି/ଆଇବିବୋ ବୁକିଙ୍ଗ୍ ଭାଉଚର୍କୁ ହୋଟେଲ୍ଗୁଡ଼ିକ ଆଉ ଗ୍ରହଣ କରିବେ ନାହିଁ। ତେବେ ଗ୍ରାହକମାନେ ଯାତ୍ରା ଡଟ୍ କମ୍, କ୍ଲିୟର ଟ୍ରିପ୍, ଟ୍ରାଭେଲ ଗୁରୁ, ହୋଟେଲ ଡଟ କମ୍ ଆଦି ଜରିଆରେ ଓଡ଼ିଶା ହୋଟେଲରେ ବୁକିଂ କରିପାରିବେ ବୋଲି କୁହାଯାଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp