ଭୁବନେଶ୍ବର: ଦେଶର ସବୁଠୁ ଲୋକପ୍ରିୟ ଓ ବିଶ୍ବାସଯୋଗ୍ୟ ଘଣ୍ଟା ବ୍ରାଣ୍ଡ୍ ଟାଇଟାନ୍ ପକ୍ଷରୁ ସିଜନ୍ ସେଲ୍ ବିଷୟରେ ଘୋଷଣା କରାଯାଇଛି। ଚଳିତ ମାସ ୨୧ରୁ ଆରମ୍ଭ ହୋଇ ଏହି ସେଲ୍ ଜୁଲାଇ ୧୪ ପର୍ଯ୍ୟନ୍ତ ଚାଲିବ। ସେହି ସମୟରେ ଗ୍ରାହକମାନେ ଟାଇଟାନ୍ ଉତ୍ପାଦ ଉପରେ ଆକର୍ଷଣୀୟ ରିହାତି ହାସଲ କରିପାରିବେ। ବିଭିନ୍ନ ପ୍ରକାର ଘଣ୍ଟା ଓ ଆକ୍ସେସୋରିଜ୍ ଉପରେ କଂପାନି ପକ୍ଷରୁ ୪୦% ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି। ଏହି ଅବସରରେ ଗ୍ରାହକମାନେ ୱାର୍ଲଡ୍ ଅଫ୍ ଟାଇଟାନ୍ରେ ଟମି ହିଲଫିଗର, ପୋଲିସ, କେନେଥ କୋଲ୍, ଫାଷ୍ଟ୍ଟ୍ରାକ୍ ଭଳି ବ୍ରାଣ୍ଡ୍ ଉପରେ ଆକର୍ଷଣୀୟ ରିହାତି ପାଇବେ। ସାରା ଭାରତର ୨୦୦ରୁ ଅଧିକ ସହରରେ ଟାଇଟାନ୍ର ୪୯୬ରୁ ଅଧିକ ସ୍ବତନ୍ତ୍ର ଷ୍ଟୋର ରହିଛି।
ଟାଇଟାନ୍ର ସିଜନ୍ ସେଲ୍ ଆରମ୍ଭ
/sambad/media/post_attachments/wp-content/uploads/2019/06/Megir-Watch-Mens-Watches-Top-Brand-Fashion-Leather-Sports-Quartz-Watch-For-Man-Military-Chronograph-Wrist.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)