ଦିଲ୍ଲୀରେ ଆଜିଠୁ ୟୁରୋ-୬ ଗ୍ରେଡ୍‌ର ପେଟ୍ରୋଲ, ଡିଜେଲ

ନୂଆଦିଲ୍ଲୀ: ଦିଲ୍ଲୀରେ ରବିବାରଠାରୁ ୟୁରୋ-୬ ଗ୍ରେଡ୍‌ର ପେଟ୍ରୋଲ ଏବଂ ଡିଜେଲ ବିକ୍ରି ହେବ। ଏବେ ଦେଶରେ ୟୁରୋ-୪ ମାନର ପେଟ୍ରୋଲ ଓ ଡିଜେଲ ବିକ୍ରି ହେଉଥିବାବେଳେ ରବିବାରଠାରୁ ଦିଲ୍ଲୀରେ ୟୁରୋ-୬ ଗ୍ରେଡ୍‌ର ପେଟ୍ରୋଲ ଓ ଡିଜେଲ ବିକ୍ରି ହେବ। ଯଦି ତୈଳ ବିଶୋଧନକାରୀ କମ୍ପାନି ଗୁଡ଼ିକୁ ଏ ବାବଦରେ ଅଧିକ ଖର୍ଚ ବହନ କରିବାକୁ ପଡ଼ିବ ତଥାପି ଗ୍ରାହକଙ୍କଠାରୁ ଏଥିପାଇଁ କୌଣସି ଅତିରିକ୍ତ ଅର୍ଥ ନିଆଯିବ ନାହିଁ। ଦିଲ୍ଲୀରେ ପରିବେଶ ପ୍ରଦୂଷଣ ଉତ୍କଟ ରୂପ ଧାରଣ କରିଛି। ପରିବେଶ ପ୍ରଦୂଷଣକୁ ରୋକିବାରେ ଏହା ସହାୟକ ହେବ ବୋଲି ଆଶା ରଖାଯାଇଛି। ଦିଲ୍ଲୀରେ ପ୍ରଥମେ ଏହି ଉତ୍ତମ ମାନର ପେଟ୍ରୋଲ ଓ ଡିଜେଲ ଉପଲବ୍ଧ ହେବାକୁ ଯାଉଥିବାବେଳେ ନଏଡା, ଗାଜିଆବାଦ, ଗୁରୁଗ୍ରାମ ଏବଂ ଫରିଦାବାଦ ସମେତ ମୁମ୍ବାଇ, ଚେନ୍ନାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ ଏବଂ ପୁଣେ ଆଦି ୧୩ଟି ସହରରେ ଆସନ୍ତାବର୍ଷ ଜାନୁଆରି ପହିଲାରୁ ୟୁରୋ-୬ ଗ୍ରେଡ୍‌ର ପେଟ୍ରୋଲ ଏବଂ ଡିଜେଲ ବିକ୍ରି କରାଯିବ। ତେବେ ସମଗ୍ର ଦେଶରେ ଏହି ସୁବିଧା ଆସନ୍ତା ୨୦୨୦ ଏପ୍ରିଲରୁ କାର୍ଯ୍ୟକାରୀ ହେବ।

ସମ୍ବନ୍ଧିତ ଖବର