ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ସୁନାଦର ସାମାନ୍ୟ ହ୍ରାସ ପାଇଥିବା ଦେଖିବାକୁ ମିଳିଛି। ଅକ୍ଟୋବର ଆରମ୍ଭରେ ସୁନା ମୂଲ୍ୟ ନୂତନ ରେକର୍ଡ ସ୍ଥାପନ କରିଥିବା ବେଳେ ଆଜି (ଅକ୍ଟୋବର ୯) ତାରିଖରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ଏହା ସାମାନ୍ୟ ହ୍ରାସ ପାଇଛି। ଆଜିକାଲି, ବିଶ୍ୱ ବଜାରରେ ସୁନାର ଚାହିଦା ବୃଦ୍ଧି ଏବଂ ଡଲାର ଦୁର୍ବଳ ହେବା ଯୋଗୁ ମୂଲ୍ୟ ଲଗାତାର ରେକର୍ଡ ସ୍ତର ଛୁଇଁଛି। 

Advertisment

ଦିଲ୍ଲୀରେ ୨୪ କ୍ୟାରେଟ୍‌ ସୁନାର ଦାମ୍‌ ୧୦ ଗ୍ରାମ୍‌ ପିଛା ୧ ଲକ୍ଷ ୨୪ ହଜାର ୩୦୦ ଟଙ୍କାରେ ବିକ୍ରି ହେଉଛି। ସେହିଭଳି ୨୨ କ୍ୟାରେଟ୍‌ ସୁନାର ଦର ରହିଛି ୧୦ ଗ୍ରାମ୍‌ ପିଛା ୧ ଲକ୍ଷ ୧୩ ହଜାର ୯୫୦ ଟଙ୍କା। 

ମୁମ୍ବାଇ, କୋଲକାତା ଏବଂ ବେଙ୍ଗାଲୁରୁରେ ୨୪ କ୍ୟାରେଟ୍‌ ସୁନାର ଦାମ୍‌ ୧୦ ଗ୍ରାମ୍‌ ପିଛା ୧ ଲକ୍ଷ ୨୪ ହଜାର ୧୫୦ ରହିଥିବା ବେଳେ ୨୨ କ୍ୟାରେଟ୍‌ ସୁନାର ଦର ରହିଛି ୧୦ ଗ୍ରାମ୍‌ ପିଛା ୧ ଲକ୍ଷ ୧୩ ହଜାର ୮୦୦ ଟଙ୍କା। 

ସେହିଭଳି ଚେନ୍ନାଇରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ୍‌ ପ୍ରତି ୧,୨୪,୩୭୦ ଟଙ୍କା ହୋଇଥିବା ବେଳେ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମର ଦର ରହିଛି  ୧,୧୪,୦୦୦ ଟଙ୍କା।

ଆଜି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍‌ ସୁନାର ଦର ୧୦ ଗ୍ରାମ୍‌ ପିଛା ୧,୨୬, ୨୮୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍‌ ସୁନାର ଦର ୧,୧୩, ୩୦୦ ଟଙ୍କା ରହିଛି।