ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ଟୋଲ୍ ପ୍ଲାଜା କର୍ମଚାରୀମାନେ ଆକ୍ରମଣର ଶିକାର ହେଉଥିବା ଓ ହିଂସାକାଣ୍ଡ ଭଳି ଖବର ନିୟମିତ ବ୍ୟବଧାନରେ ସାମ୍ନାକୁ ଆସୁଛି। ସେଭଳି ଘଟଣାର ପ୍ରକୃତ ସତ ଜାଣିବା ଓ କର୍ମଚାରୀମାନଙ୍କ ସୁରକ୍ଷାକୁ ନିଶ୍ଚିତ କରିବା ଲାଗି ଟୋଲ ପ୍ଲାଜା ସୁପରଭାଇର୍‌ମାନେ ବଡି କ୍ୟାମେରା ପିନ୍ଧିବେ। ଦୁର୍ବ୍ୟବହ‌‌ାର କରୁଥିବା ଗାଡ଼ିଚାଳକମାନଙ୍କ କାର୍ଯ୍ୟକଳାପ ସେହି କ୍ୟାମେରାରେ ରେକର୍ଡ ହୋଇରହିବ। ଅପ୍ରୀତିକର ପରିସ୍ଥିତି ସମ୍ପର୍କରେ ସେମାନେ ପୁଲିସକୁ ମଧ୍ୟ ଜଣାଇପାରିବେ। ଟୋଲ୍‌ ପ୍ଲାଜାରେ ହେଉଥିବା ହିଂସା ବିଷୟରେ ସୁପରଭାଇର୍‌ କୌଣସି ସୂଚନା ଦେଲେ ପୁଲିସ ଯେଭଳି ଅଭି‌ଯୋଗ ଗ୍ରହଣ କରିବ ଏବଂ ଏଫ୍‌ଆଇଆର୍‌ ଦାଖଲ ହେବ ସେବିଷୟରେ ରାଜ୍ୟ ସରକାରଙ୍କୁ ସୂଚିତ କରିବାକୁ ଏନ୍‌ଏଚ୍‌ଏଆଇର ଆଞ୍ଚଳିକ ଅଧିକାରୀମାନଙ୍କୁ କୁହାଯାଇଛି।