ନୂଆଦିଲ୍ଲୀ: ନୂତନ ଭାବେ ଅମଳ ହୋଇଥିବା ଟମାଟୋ ବଜାରକୁ ଆସିବା ପରେ ଦେଶର ବିଭିନ୍ନ ସ୍ଥାନରେ ତାହାର ଦାମ୍ ହ୍ରାସ ପାଇଛି। ଏବେ କେଜି ପିଛା ୫୦-୭୦ ଟଙ୍କାରେ ଟମାଟୋ ବିକ୍ରି ହେଉଛି। କିଛି ଦିନ ତଳେ ଟମାଟୋ କେଜି ୨୫୦ ଟଙ୍କାରୁ ଅଧିକ ହୋଇଯାଇଥିଲା। କେନ୍ଦ୍ର ଉପଭୋକ୍ତା ବ୍ୟାପାର ସଚିବ ରୋହିତ କୁମାର ସିଂହ କହିଛନ୍ତି ଯେ ସରକାର ହସ୍ତକ୍ଷେପ ଜାରି ରଖିବେ। ଏନ୍ସିସିଏଫ୍ ରିହାତି ମୂଲ୍ୟରେ ଟମାଟୋ ବିକ୍ରି ଅବ୍ୟାହତ ରଖିଛି। ଦାମ୍ ସ୍ବାଭାବିକ ନହେବା ପର୍ଯ୍ୟନ୍ତ ସରକାର ରିହାତି ଦାମ୍ରେ ଟମାଟୋ ବିକିବେ। ଅନେକ ସ୍ଥାନରେ ଟମାଟୋ କେଜି ୫୦ ଟଙ୍କାରୁ କମ୍ ଦାମ୍ରେ ବିକ୍ରି ହେଉଛି। ମଧ୍ୟପ୍ରଦେଶରୁ ନୂଆ ଟମାଟୋ ଅମଳ ହୋଇ ବଜାରକୁ ଆସିବା ପରେ ଦାମ୍ ହ୍ରାସ ପାଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp