ଟୋୟୋଟା ଇନୋଭାକୁ ଜବରଦସ୍ତ ଟକ୍କର ଦେଉଛି ଏରଟିଗା

ନୂଆଦିଲ୍ଲୀ: ମାରୁତି ଏହାର ନୂଆ ଏରଟିଗା ଲଞ୍ଚ କରି ସଫଳତା ପାଇଥିବାର ଦେଖିବାକୁ ମିଳିଛି | କାରଣ ପୂର୍ବ ତୁଳନାରେ ନୂଆ ଏରଟିଗାରେ କିଛି ଏଭଳି ଡିଜାଇନ ପରିବର୍ତ୍ତନ କରାଯାଇଛି ଯାହାକି ଗ୍ରାହକଙ୍କୁ ଆକୃଷ୍ଟ କରିପାରିଛି | ତେବେ ଏରଟିଗାର ବିକ୍ରି ବୃଦ୍ଧି ହୋଇଥିବାବେଳେ କମିଛି ଟୋୟୋଟା ଇନୋଭାର ବିକ୍ରି ସଂଖ୍ୟା |

ଏହି ନୂଆ ଏରଟିଗା ଏହି ରେଂଜର କାର ଲଜି ଓ ମହେନ୍ଦ୍ରା ମାରାଜୋକୁ ମଧ୍ୟ ପଛରେ ପକାଇଦେଇଛି | ୨୦୧୯ ରେ ୮୮୬୪ଟି ନୂଆ ଏରଟିଗା ବିକ୍ରି ହୋଇଥିବାବେଳେ ଟୋୟୋଟା ଇନୋଭାର ୫୬୩୧ଟି କାର ବିକ୍ରି ହୋଇପାରିଛି | ସେହିପରି ମହିନ୍ଦ୍ରା ମାରାଜୋର ମାତ୍ର ୧୩୮୧ ୟୁନିଟ ବିକ୍ରି ହୋଇଛି |

କାର ବିଶେଷଜ୍ଞଙ୍କ କହିବା ମୁତାବକ ପୁରୁଣା ମଡେଲର ଏରଟିଗା ତୁଳନାରେ ନୂଆ ମଡେଲରେ ଅଧିକ ସ୍ପେସ ସହ ଡିଜାଇନରେ ପରିବର୍ତ୍ତନ ହୋଇଛି | ତେଣୁ କାରର ବିକ୍ରି ବଢିଛି |

ସମ୍ବନ୍ଧିତ ଖବର