ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହୋଇଥିବା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ କହିଛନ୍ତି ଯେ ଆସନ୍ତା ବର୍ଷଠାରୁ ଭାରତୀୟ ଅର୍ଥନୀତି ପାଇଁ କଠିନ ସମୟ ଆରମ୍ଭ ହେବ। ମୋଦୀ ସରକାରଙ୍କ ନୀତିକୁ ଖୋଲାଖୋଲି ସମାଲୋଚନା କରିବାକୁ କୁଣ୍ଠା ପ୍ରକାଶ କରୁନଥିବା ରାଜନ କହିଛନ୍ତି ଯେ କରୋନା ମହାମାରୀ ଦ୍ବାରା ମଧ୍ୟବିତ୍ତ ବର୍ଗ ସର୍ବାଧିକ ପ୍ରଭାବିତ ହୋଇଛନ୍ତି। ନୀତି ନିୟମ ତିଆରି କରିବା ବେଳେ ତାହା ବିଚାରକୁ ନେବା ଉଚିତ। ଦେଶରେ କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପ ସଂସ୍ଥା ଲାଗି ଅନୁକୂଳ ପରିବେଶ ସୃଷ୍ଟି କରିବା ଲାଗି ଉଦ୍ୟମ କରାଯିବା ଦରକାର ବୋଲି ସେ କହିଛନ୍ତି। ସବୁଜ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଗକୁ ବଢ଼ାଇବା ଲାଗି ସେ ପରାମର୍ଶ ଦେଇଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp