ସଂଗ୍ରହାଳୟ ବୁଲିଲେ ପ୍ରତିନିଧି

ଭୁବନେଶ୍ବର: ମେକ୍‌ ଇନ୍‌ ଓଡ଼ିଶାରେ ଅଂଶଗ୍ରହଣ ପାଇଁ ଆସିଥିବା ସଦସ୍ୟମାନେ ସଂଗ୍ରହାଳୟ ବୁଲି ଦେଖିଛନ୍ତି। ଓଡ଼ିଶାର ହସ୍ତତନ୍ତ ଓ ହସ୍ତଶିଳ୍ପର କାରିଗରୀ ଚମତ୍କୃତ କରିଥିବା ଅନେକ ସ୍ବୀକାର କରିଥିଲେ। ସଦସ୍ୟମାନଙ୍କୁ ୨ଟି ଦଳରେ ଭାଗ କରି କଳାଭୂମିକୁ ବୁଲାଇ ନିଆଯାଇଥିଲା। ସେଠାରେ ଏହି ସଦସ୍ୟମାନଙ୍କ ପାଇଁ ସ୍ବତନ୍ତ୍ର ପଂଜୀକରଣ ବ୍ୟବସ୍ଥା ହୋଇଥିଲା। ଏଥିସହ ସେମାନଙ୍କୁ ହସ୍ତତନ୍ତ ଓ ହସ୍ତଶିଳ୍ପ ସମ୍ବନ୍ଧୀୟ ସୂଚନା ପୁସ୍ତିକା ଓ ଗାଇଡ୍‌ ମ୍ୟାପ୍ ପ୍ରଦାନ କରାଯାଇଥିଲା। ପ୍ରତି ଗ୍ୟାଲେରିରେ କ୍ୟୁରେଟର୍‌ ନିୟୋଜିତ ହୋଇଥିଲେ। ଏଥିସହ ସେଠାରେ ଟେରାକୋଟା କର୍ମଶାଳା ଏବଂ ବାଦ୍ୟ ସଂଗୀତ ପରିବେଷଣ କରାଯାଇଥିଲା। ସେହିପରି ସିଆର୍‌ପି ଛକ ନିକଟରେ ଥିବା ଜନଜାତି ସଂଗ୍ରହାଳୟକୁ ମଧ୍ୟ ଏକ ଗ୍ରୁପ୍‌ ବୁଲିବାକୁ ଯାଇଥିଲେ।

ସମ୍ବନ୍ଧିତ ଖବର