ଟୟୋଟା ‘ୟାରିସ୍‌’ର ଡେଲିଭରି ଆରମ୍ଭ

କୋଲକାତା: ଟୟୋଟା କିର୍ଲୋସ୍କର ମୋଟର୍‌ ପକ୍ଷରୁ ଏହାର ନୂଆ ସେଦାନ୍‌ ‘ୟାରିସ୍‌’ର ଡେଲିଭରି ଆରମ୍ଭ କରାଯାଇଛି। କଂପାନିର ସାରା ଦେଶରେ ଥିବା ସବୁ ଡିଲର୍‌ସିପ୍‌ରୁ ଡେଲିଭରି ଆରମ୍ଭ ହୋଇଛି। କଂପାନି ପକ୍ଷରୁ କୁହାଯାଇଛି ଯେ ଗ୍ରାହକମାନେ ଯେକୌଣସି ଡିଲରସିପ୍‌ରେ ପହଞ୍ଚି ନିଜ ପସନ୍ଦର ୟାରିସ୍‌ ବୁକିଙ୍ଗ୍‌ କରିପାରିବେ। ପ୍ରଥ ଦିନରେ ହିଁ ଟୟୋଟା ୧୦୦୦ରୁ ଅଧିକ ଗ୍ରାହକଙ୍କୁ ୟାରିସ୍‌ ଡେଲିଭରି ଦେଇଥିବା ଆଶା କରାଯାଉଛି। ଚଳିତ ମାସ ଶେଷ ସୁଦ୍ଧା କଂପାନି ୪୦୦୦ରୁ ଅଧିକ ୟାରିସ୍‌ ଗ୍ରାହକଙ୍କ ନିକଟରେ ପହଞ୍ଚାଇବ। ଏହି ସେଦାନ୍‌ ଉଭୟ ଏମ୍‌ଟି ଓ ଭିସିଟି ଭାରିଆଣ୍ଟ୍‌ରେ ଉପଲବ୍ଧ ହେଉଛି। ଏହାର ମୂଲ୍ୟ ୮ ଲକ୍ଷ ୭୫ ହଜାର ଟଙ୍କାରୁ ଆରମ୍ଭ ହୋଇଛି। ଏହା ହେଉଛି ପ୍ରଥମ କାର୍‌ ଯେଉଁଥିରେ ୭ଟି ଏୟାରବ୍ୟାଗ୍‌ ରହିଛି। ୟାରିସ୍‌ରେ ଥିବା ସ୍ୱତନ୍ତ୍ର ସୁବିଧାଗୁଡ଼ିକ ହେଉଛି ପାଓ୍ଵାର ଡ୍ରାଇଭର୍‌ ସିଟ୍‌, ରୁଫ୍‌ ମାଉଣ୍ଟେଡ୍‌ ଏୟାର ଭେଣ୍ଟ୍‌, ଟାୟାର ପ୍ରେସର ନିରୀକ୍ଷଣ ବ୍ୟବସ୍ଥା ଓ ସାମ୍ନା ପାର୍କିଂ ସେନ୍‌ସର୍‌। ନିରାପତ୍ତା, ମାନ, ଦୀର୍ଘସ୍ଥାୟିତ୍ୱ ଓ ଭରସାଯୋଗ୍ୟ ଦୃଷ୍ଟିରୁ ସବୁଠୁ ଶ୍ରେଷ୍ଠ୍‍ କାର୍‌ର ଡେଲିଭରି ଆମେ ଆରମ୍ଭ କରୁଛୁ ବୋଲି କଂପାନିର ପରିଚାଳନା ନିର୍ଦେଶକ ଆକିଟୋ ଟାଚିବାନା କହିଛନ୍ତି। ୟାରିସ୍‌ ପାଇଁ ୬୦ ହଜାରରୁ ଅଧିକ ଗ୍ରାହକ ଅନୁସନ୍ଧାନ କରିଛନ୍ତି ବୋଲି କଂପାନିର ବରିଷ୍ଠ ଉପସଭାପତି ଓ ନିର୍ଦେଶକ ରାଜୁ ବି କେଟ୍‌କାଲେ କହିଛନ୍ତି।

ସମ୍ବନ୍ଧିତ ଖବର