ନୂଆଦିଲ୍ଲୀ/ଭୁବନେଶ୍ବର: ଟୟୋଟା କିର୍ଲୋସ୍କର ମୋଟର ପକ୍ଷରୁ ଟୟୋଟା ଗ୍ଲାଞ୍ଜାର ବଜାର ପ୍ରବେଶ ଘୋଷଣା କରାଯାଇଛି। ଯୁବ ପିଢ଼ିର ଗ୍ରାହକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ପ୍ରିମିୟମ ହ୍ୟାଚବ୍ୟାକ କାରକୁ କମ୍ପାନି ବଜାରକୁ ଆଣିଛି। ଜି-ଏମ୍ଟି, ଭି-ଏମ୍ଟି, ଜି-ସିଭିଟି ଏବଂ ଭି-ସିଭିଟି ଭାରିଆଣ୍ଟର ଏକ୍ସ ସୋ’ରୁମ୍ ମୂଲ୍ୟ ଦିଲ୍ଲୀରେ ଯଥାକ୍ରମେ ୭,୨୧,୦୦୦ ଟଙ୍କା, ୭,୫୮,୨୦୦ ଟଙ୍କା, ୮,୨୯,୯୦୦ ଟଙ୍କା ଏବଂ ୮,୯୦,୨୦୦ ଟଙ୍କା ରହିଛି। କାଫେ ହ୍ବାଇଟ, ସ୍ପୋର୍ଟିନ ରେଡ୍, ଇନଷ୍ଟା ବ୍ଳୁ, ଗେମିଂ ଗ୍ରେ ଏବଂ ଏନଟାଇସିଂ ସିଲଭର ଭଳି ୫ଟି ଆକର୍ଷଣୀୟ ରଙ୍ଗରେ ଏହି କାର ଉପଲବ୍ଧ ହେଉଛି। ଏହି କାରରେ ଡିଆରଏଲ ସହିତ ଏଲଇଡି ପ୍ରୋଜେକ୍ଟର ହେଡଲ୍ୟାମ୍ପ, ୟୁଭି ପ୍ରୋଟେକ୍ସ ଗ୍ଲାସ ଭଳି ଅତ୍ୟାଧୁନିକ ବୈଶିଷ୍ଟ୍ୟ ରହିଛି। ୩ ବର୍ଷ/୧ ଲକ୍ଷ କିଲୋମିଟର ପର୍ଯ୍ୟନ୍ତ ୱାରେଣ୍ଟି ପ୍ରଦାନ କରାଯାଉଛି, ଯାହାକି ୫ ବର୍ଷ/୨,୨୦,୦୦୦ କିମି ପର୍ଯ୍ୟନ୍ତ ବୃଦ୍ଧି କରାଯାଇ ପାରିବ। ବଜାର ପ୍ରବେଶ ଅବସରରେ କମ୍ପାନିର ଏମଡି ମାସାକାଜୁ ୟୋସିମୁରା ଏବଂ ସହକାରୀ ଏମଡି ଏନ. ରାଜା ପ୍ରମୁଖ ଉପସ୍ଥିତ ଥିଲେ। ସେହିଭଳି ଭୁବନେଶ୍ବରସ୍ଥିତ ଏସପ୍ଲାନେଡ୍ ମଲ୍ ପରିସରରେ ଆୟୋଜିତ ଉତ୍ସବରେ କମ୍ପାନି ଟେରିଟୋରି ସେଲ୍ସ ମ୍ୟାନେଜର ରାତୁଲ ରାୟ ଚୌଧୁରୀ ଉପସ୍ଥିତ ଥିଲେ।
ଟୟୋଟାର ନୂଆ କାର୍ ‘ଗ୍ଲାଞ୍ଜା’
/sambad/media/post_attachments/wp-content/uploads/2019/06/Untitled-11-5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)