ଭୁବନେଶ୍ବର: ଟୟୋଟାର ନୂଆ ଗାଡ଼ି ଅର୍ବାନ୍ କ୍ରୁଜର୍‌ର ବୁକିଙ୍ଗ୍‌ ଆରମ୍ଭ ହୋଇଛି। ଗାଡ଼ି ରଙ୍ଗ କିମ୍ବା ମୂଲ୍ୟ ବିଷୟରେ କୌଣସି ସୂଚନା ନରଖି ଯେଉଁ ଗ୍ରାହକମାନେ ବୁକିଙ୍ଗ୍‌ କରିବେ କଂପାନି ପକ୍ଷରୁ ସେମାନଙ୍କୁ କୃତଜ୍ଞତା ସ୍ବରୂପ ଦୁଇ ବର୍ଷ/ ୨୦ ହଜାର କିମିର ସର୍ଭିସ୍‌ ପ୍ୟାକେଜ୍ ପ୍ରଦାନ କରାଯିବ। ଚଳିତ ମାସ ୨୨ ପୂର୍ବରୁ ଯେଉଁମାନେ ବୁକିଙ୍ଗ୍‌ କରିବେ ସେମାନଙ୍କୁ ଏହି ସୁବିଧା ମିଳିବ। ଟୟୋଟା ଅର୍ବାନ୍ କ୍ରୁଜର୍‌ରେ ୧.୫ ଲିଟରର ୪ ସିଲିଣ୍ଡର୍‌ ଇଞ୍ଜିନ, ଏଲଇଡି ଲାଇଟ୍‌ ପ୍ୟାକେଜ୍, ୧୬ ଇଞ୍ଚ୍‌ର ହୀରା ଭଳି କଟା ହୋଇଥିବା ଆଲଏ ହ୍ବିଲ୍‌, ଇଞ୍ଜିନ ପୁସ୍ ଷ୍ଟାର୍ଟ/ଷ୍ଟପ୍ ବଟନ, ସ୍ବୟଂକ୍ରିୟ ପାଣିପାଗ ନିୟନ୍ତ୍ରଣ ସୁବିଧା, ସ୍ମାର୍ଟ ପ୍ଲେକାଷ୍ଟ୍‌ ଟଚ୍‌ସ୍କ୍ରିନ୍, ରେନ୍ ସେନ୍‌ସିଂ ୱାଇପର୍‌, କ୍ରୁଜ୍ କଣ୍ଟ୍ରୋଲ୍‌ ଓ ଇଲେକ୍ଟ୍ରୋକ୍ରୋମିକ୍ ରିଅର୍‌-ଭିଉ ମିରର୍‌ ଭଳି ସୁବିଧା ରହିଛି।