ଟୟୋଟା ୟାରିସ୍‌ ‘ଡ୍ରାଇଭ୍‌ ଦି ନେସନ୍‌‘ ଅଭିଯାନ

ନୂଆଦିଲ୍ଲୀ : ଟୟୋଟା କିଲୋସ୍କର ମୋଟର ପକ୍ଷରୁ ଟୟୋଟା ୟାରିସ୍‌ର‘ଡ୍ରାଇଭ୍‌ ଦି ନେସନ୍‌୍‌‘ ଅଭିଯାନ ଆରମ୍ଭ କରାଯାଇଛି। ଏହି ଅଭିଯାନ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ କର୍ମଚାରୀ ପାଇଁ ସ୍ୱତନ୍ତ୍ର ଭାବରେ ପୁଣି ଆରମ୍ଭ ହୋଇଛି। ପୂର୍ବରୁ ଏହି ଅଭିଯାନରେ  ଇଟିଅସ୍‌, କ୍ରାଏଷ୍ଟା ଏବଂ କୋରୋଲା ପ୍ରଭୃତିକୁ ଅନ୍ତର୍ଭୁକ୍ତ କରାଯାଇଥିବାବେଳେ ସମ୍ପ୍ରତି ଚଳିତ ବର୍ଷର ଏହି ଅଭିଯାନ ଦ୍ୱାରା ୟାରିସ୍‌ ସିରିଜ୍‌ର ବିକ୍ରିରେ ୧୩ ପ୍ରତିଶତ ବୃଦ୍ଧି ଦୃଷ୍ଟି ଗୋଚର ହୋଇପାରିଛି ।

ଗତ ମେ ମାସରେ ଏହି ଅଭିଯାନ ଆରମ୍ଭ ହୋଇଥିଲା। ଏଥିରେ ସେଦାନ୍‌-ୟାରିସ୍‌ ପକ୍ଷରୁ ୧୧ ଫାଷ୍ଟ୍‌-ଇନ୍‌-ସେଗମେଣ୍ଟ ଫିଚର ଉପଲବ୍ଧ କରାଯାଇଥିଲା। ସେଥି ମଧ୍ୟରେ ପାୱାର ଡ୍ରାଇଭ୍‌ ସିଟ୍‌, ୭ ଏସ୍‌ଆରଏସ୍‌ ଏୟାର ବ୍ୟାଗ୍‌, ରୁଫ୍‌ ମାଉଣ୍ଟେଡ, ଏୟାର ଭେଣ୍ଟ, ଟାୟାର ପ୍ରେସର ମନିଟରିଂ ସିଷ୍ଟମ୍‌, ଫ୍ରଣ୍ଟ ପାର୍କିଂ ସେନସର, ସିଭିଟି ଆଦି ବୈଶିଷ୍ଟ୍ୟ ରହିଛି ।

ଏହି ଯୋଜନା ଅଧିନରେ ଗ୍ରାହକଙ୍କୁ ଆସେସୋରିଜ୍‌, ରକ୍ଷାଣାବେକ୍ଷଣ ସୁବିଧା ପ୍ୟାକେଜ୍‌, ବର୍ଦ୍ଧିତ ୱାରେଣ୍ଚି ପ୍ରଭୃତି ଯୋଗାଇ ଦିଆଯାଉଛି। ଏହି ଅଭିଯାନ ଅନ୍ତର୍ଗତ ଗ୍ରାହକଙ୍କୁ ଶୁନ୍ୟ ଡାଉନ୍‌ ପେମେଂଟରେ ୮ ବର୍ଷ ପାଇଁ ୧୦୦ ପ୍ରତିଶତ ଫଇନାନ୍ସ୍‌ ସୁବିଧା, ଆକର୍ଷଣୀୟ  ସଂଚୟ ସୁବିଧା, ହେଉଥିବା ରକ୍ଷାଣବେକ୍ଷଣ ପ୍ୟାକ ଆଦି ସୁବିଧା ରହିଛି।

 

ସମ୍ବନ୍ଧିତ ଖବର