ଟୟୋଟାର ନୂଆ ଅର୍ବାନ କ୍ରୁଜର

ଭୁବନେଶ୍ବର: ଟୟୋଟା କିର୍ଲୋସ୍କର ମୋଟରର ଡିଲର୍‌ସିପ୍‌ ଇସ୍ପିରିଟ୍ ଟ‌ୟୋଟାରେ କଂପାନିର ନୂଆ କମ୍ପ‌ାକ୍ଟ ଏସ୍‌ୟୁଭି ଅର୍ବାନ କ୍ରୁଜରକୁ ଉନ୍ମୋଚନ କରାଯାଇଛି। ଇସ୍ପିରିଟ୍ ଟୟୋଟାର ଏମ୍‌ଡି ସୁନିଲ ତନେଜା ଓ ନିର୍ଦେଶକ କବିର ତନେଜା ଏହାକୁ ଉନ୍ମୋଚନ କରିଛନ୍ତି। ଏଥିରେ ୧.୫ ଲିଟର ବିଶିଷ୍ଟ ଚାରି ସିଲିଣ୍ଡର ବିଶିଷ୍ଟ ଶକ୍ତିଶାଳୀ କେ ସିରିଜ୍ ପେଟ୍ରୋଲ୍ ଇଞ୍ଜିନ ରହିଛି। ଏହା ମାନୁଆଲ୍‌ ଓ ଅଟୋମେଟିକ୍ ଟ୍ରାନ୍ସମିସନ ବିକଳ୍ପରେ ଉପଲବ୍ଧ ହୋଇଛି। ଏହାର ପ୍ରାରମ୍ଭିକ ଏକ୍ସ ସୋ’ରୁମ୍ ଦାମ୍ ୮ ଲକ୍ଷ ୪୦ ହଜାର ଟଙ୍କା ରଖାଯାଇଛି। ନୂଆ‌େ ଟୟୋଟା ଅର୍ବାନ କ୍ରୁଜରରେ ୬ ଡାଇମଣ୍ଡ୍‌ କଟ ଆଲଏ ହ୍ବିଲ୍‌, ଏଲ୍‌ଇଡି ଲାଇଟ୍‌ର ପ୍ରାକେଜ୍‌, ଡୁଆଲ୍‌ ଫ୍ରଣ୍ଟ୍ ଏୟାରବ୍ୟାଗ୍‌, ଆଣ୍ଟି ଲକ୍ ବ୍ରେକିଙ୍ଗ୍‌ ସିଷ୍ଟମ୍, ୧୭.୭୮ ସେମି ସ୍ମାର୍ଟ ପ୍ଲେକାଷ୍ଟ୍‌ ଟଚ୍‌ସ୍କ୍ରିନ୍ ଅଡିଓ, ରେନ୍‌ ସେନ୍‌ସିଂ ୱାଇପର୍‌, ସ୍ବୟଂଚାଳିତ ଏସି, ଡ୍ରାଇଭର ସିଟ୍‌ର ଉଚ୍ଚତା ଆଡଜଷ୍ଟ୍‌ କରିବା ଓ ଇଞ୍ଜିନ ଷ୍ଟାର୍ଟ/ଷ୍ଟପ୍‌ ବଟନ୍ ଭଳି ସୁବିଧା ରହିଛି। ଏହା ଉପରେ କଂପାନି ପକ୍ଷରୁ ତିନି ବର୍ଷ କିମ୍ବା ୧ ଲକ୍ଷ କିଲୋମିଟର ୱାରେଣ୍ଟି ପ୍ରଦାନ କରାଯାଉଛି।

ସମ୍ବନ୍ଧିତ ଖବର