ଡିଜିଟାଲ୍ ପେମେଣ୍ଟ୍‌କୁ ଟିପିସିଓଡିଏଲ୍‌ର ପ୍ରୋତ୍ସାହନ

ଭୁବନେଶ୍ବର: ଟାଟା ପାୱାର‌ ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ଡିଜିଟାଲ୍ ପେମେଣ୍ଟ୍‌ର ପ୍ରସାର କରିବା ଲାଗି ପେ’ ଆଣ୍ଡ୍‌ ୱିନ୍ ସ୍କିମ୍ ଘୋଷଣା କରାଯାଇଥିଲା। କରୋନା ମହାମାରୀକୁ ଦୃଷ୍ଟିରେ ରଖି ୨୦୨୦ ଜୁଲାଇରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ସ୍କିମ୍ କାର୍ଯ୍ୟକାରୀ କରାଯାଇଥିଲା। କଂପାନିର ଲାଇସେନ୍ସ ଅଧୀନରେ ଥିବା ସମସ୍ତ ୫ ସର୍କଲ୍‌ରେ ଏହି ସ୍କିମ୍ ଲାଗୁ ହୋଇଥିଲା। ପ୍ରତି ସର୍କଲ୍‌ରେ କଂପାନି ତିନିଟି ପୁରସ୍କାର ପ୍ରଦାନ କରିଛି।

ପ୍ରଥମ ପୁରସ୍କାର ଭାବେ ଏଲ୍‌ଇଡି ଟିଭି, ଦ୍ବିତୀୟ ପାଇଁ ମାଇକ୍ରୋଓଭେନ୍ ଓ ତୃତୀୟ ପୁରସ୍କାର ବାବଦରେ ମିକ୍ସଚର ଗ୍ରାଇଣ୍ଡର୍‌ ପ୍ରଦାନ କରାଯାଇଛି। ଲକି ଡ୍ର’ ଜରିଆରେ ବିଜେତା ଚୟନ କରାଯାଇଛି। ଏହି ଅଭିଯାନ ସମ୍ପର୍କରେ ଟିପିସିଓଡିଏଲ୍‌ର ସିଇଓ ଏମ୍ ସେନବାଗମ କହିଛନ୍ତି ଯେ ପେମେଣ୍ଟ୍‌ ପ୍ରକ୍ରିୟାର ସରଳୀକରଣ ପାଇଁ ଆମେ ଅନେକ ପ୍ରକାର ପଦକ୍ଷେପ ନେଉଛୁ। କୋଭିଡ୍‌ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଡିଜିଟାଲ୍ ପେମେଣ୍ଟ୍‌ର ଗୁରୁତ୍ବ ବଢ଼ିଯାଇଛି। ପେ’ ଆଣ୍ଡ୍‌ ଓ୍ପିନ୍ ସ୍କିମ୍ ଗ୍ରାହକମାନଙ୍କୁ ଡିଜିଟାଲ୍ ପେମେଣ୍ଟ୍‌ ଗ୍ରହଣ କରିବା ଲାଗି ଉତ୍ସାହିତ କରିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର