ଭୁବନେଶ୍ବର: ଚାଷୀମାନେ ଭଡ଼ାରେ ଟ୍ରାକ୍ଟର ଓ ଅନ୍ୟାନ୍ୟ କୃଷି ଉପକରଣ ଆଣିପାରିବେ। ଚାଷୀମାନଙ୍କୁ ଏହି ସୁବିଧା ଯୋଗାଇ ଦେବ ଟ୍ରାକ୍ଟର ନିର୍ମାତା ଟାଫେ। କଂପାନି ଏନେଇ ରାଜ୍ୟ କୃଷି ଓ କୃଷକ କଲ୍ୟାଣ ବିଭାଗ ସହିତ ହାତ ମିଳାଇଛି। ଜେଫାର୍ମ ସଭିର୍ସେସ୍ ନାମରେ ଟାଫେ ପକ୍ଷରୁ ଏକ ବ୍ୟବସ୍ଥା ବିକଶିତ କରାଯାଇଛି। ଚାଷୀମାନେ ୧୮୦୦-୪-୨୦୦-୧୦୦ ଓ ୧୮୦୦-୨୦୮-୪୨୪୨କୁ କଲ୍ କରି କିମ୍ବା ମୋବାଇଲ୍ ଆପ୍ ଜରିଆରେ ଟ୍ରାକ୍ଟର୍ କିମ୍ବା ଅନ୍ୟାନ୍ୟ ଉପକରଣ ଭଡ଼ାରେ ଆଣିବା ପାଇଁ ବରାଦ ଦେଇପାରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ସେବାକୁ ଉନ୍ମୋଚନ କରାଯାଇଛି। ରାଜସ୍ଥାନ, ମଧ୍ୟ ପ୍ରଦେଶ, ଉତ୍ତର ପ୍ରଦେଶ, ଗୁଜରାଟ ଓ ବିହାରରେ ଏହି ସେବା ଆରମ୍ଭ କରିବା ଓଡ଼ିଶାରେ ଏହି ସେବାକୁ ଆରମ୍ଭ କରାଯାଇଛି ବୋଲି ଟାଫେର ସଭାପତି ଓ ସିଓଓ ଟି ଆର୍ କେଶବନ୍ କହିଛନ୍ତି। ଏହି ସେବା ଦ୍ବାରା ଓଡ଼ିଶାର ଚାଷୀ ଓ ଟ୍ରାକ୍ଟର ମାଲିକମାନେ ବିଶେଷ ଉପକୃତ ହେବେ ବୋଲି ସେ କହିଛନ୍ତି। ଟାଫେ ଏହାର ସିଏସ୍ଆର୍ ପ୍ରକଳ୍ପ ଭାବେ ଏହି ସେବା ଆରମ୍ଭ କରିଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp