ମୋ ବୟସ ୫୯ ବର୍ଷ। ୨୦୨୫ ମେ’ରେ ଅବସର ନେବି। ମୁଁ ମୋ ଅବସରକାଳୀନ ପାଣ୍ଠିକୁ କିଭଳି ଭାବେ ନିବେଶ କଲେ ଲାଭବାନ ହୋଇପାରିବି?
-ରାମଚନ୍ଦ୍ର ସ‌ାହୁ
Advertisment
ଅବସରକାଳୀନ ‌ଯୋଜନାର ଏକ ପ୍ରମୁଖ ଆହ୍ବାନ ହେଉଛି ମୁଦ୍ରାସ୍ଫୀତି। ନଗଦ ରାଶି ପାଇବା ଲାଗି ଏଫ୍‌ଡି କିମ୍ବା ସମାନ ଧରଣ ବିକଳ୍ପରେ ନିବେଶ କରିବାକୁ ଆମେ ପରାମର୍ଶ ଦେଉନାହୁଁ। କାରଣ ସେଥିରୁ ମିଳୁଥିବା ରିଟର୍ଣ୍ଣ ମୁଦ୍ରାସ୍ଫୀତିର ମୁକାବିଲା କରିପାରିବ ନାହିଁ। ତେଣୁ ସମ୍ପତ୍ତିର ରକ୍ଷଣଶୀଳ ଆବଣ୍ଟନ କରିବା ଦକରାର। ପାଣ୍ଠିର ୩୦-୪୦ ପ୍ରତିଶତ ଇକ୍ବିଟିରେ ନିବେଶ କରିବାକୁ ହେବ ଏବଂ ବଳକା ରାଶିକୁ ଡେବ୍‌ଟରେ। ଯେଉଁ ପୋର୍ଟଫୋଲିଓରେ ୪୦ ପ୍ରତିଶତ ଇକ୍ବିଟି ରହିଥିବ ତାହା ବାର୍ଷିକ ୧୧.୨ ପ୍ରତିଶତ ରିଟର୍ଣ୍ଣ ଦେଇପାରିବ। ପରବର୍ତ୍ତୀ ୫ ବର୍ଷ ମିଳିବାକୁ ଥିବା ପାଣ୍ଠିକୁ ଏକ ଅଳ୍ପ ଅବଧିର ଡେବ୍‌ଟ ଫଣ୍ଡରେ ରଖିବା ସହ ଅବଶିଷ୍ଟ ରାଶିକୁ ଏକ ଗ୍ରୋଥ୍‌ ପୋର୍ଟଫୋଲିଓରେ ରଖିବାକୁ ହେବ ଯେଉଁଥିରେ ଇକ୍ବିଟିରେ ୪୦ ପ୍ରତିଶତ ଓ ଡେବ୍‌ଟରେ ୬୦ ପ୍ରତିଶତ ରାଶି ରହିବ। ପାଣ୍ଠିର ପରିମାଣ ଓ କେତେ ପାଣ୍ଠି ପେମେଣ୍ଟ ଆକାରରେ ଦରକାର, ସେହି ତଥ୍ୟ ମିଳିଲେ ଅବସରକାଳୀନ ଯୋଜନା ପାଇଁ ଜଣେ ନିବେଶ ପରାମର୍ଶଦାତାଙ୍କ ପରାମର୍ଶ ଅନୁସାରେ ପ୍ରକ୍ରିୟା ଆରମ୍ଭ କରିବାକୁ ହେବ।
ମୋ ବୟସ ୫୫ ବର୍ଷ। ମୁଁ ଗତ ଦୁଇ ବର୍ଷ ହେଲାଣି ଦୁଇଟି ଏସ୍ଆଇପିରେ ମାସିକ ୫୦୦୦ ଟଙ୍କା ଲେଖାଏଁ ନିବେଶ କରୁଛି। ମୋର ପ୍ରଶ୍ନ ହେଉଛି ଏସ୍‌ଆଇପି କିମ୍ବା ଏକକାଳୀନ କେଉଁ ପାଣ୍ଠିରେ ନିବେଶ କଲେ ମୁଁ ଆସନ୍ତା ୮ ବର୍ଷରେ ୧ କୋଟି ଟଙ୍କା ପାଇପାରିବି?
-ହିମାଂଶୁ ପଟ୍ଟନାୟକ, ଘାଟିକିଆ
ଗତ ଦୁଇ ବର୍ଷ ଧରି ଚାଲିଥିବା ଏସ୍‌ଆଇପିର ପରିମାଣ ବାର୍ଷିକ ୧୬ ପ୍ରତିଶତ ରିଟର୍ଣ୍ଣ ଅନୁସାରେ ୧୪.୦୩ ଲକ୍ଷ କୋଟି ଟଙ୍କା ହେବ। ଆସନ୍ତା ୮ ବର୍ଷରେ ଏକ କୋଟି ଟଙ୍କାର ପାଣ୍ଠି ହାସଲ କରିବାକୁ ହେଲେ ଏକକାଳୀନ ନିବେଶ ଭାବେ ୩୦.୫ ଲକ୍ଷ ଟଙ୍କା ଦରକାର କିମ୍ବା ଏସ୍‌ଆଇପିରେ ମାସିକ ୫୨ ହଜାର ଟଙ୍କା‌ ନିବେଶ ଦରକାର ଯାହା ବାର୍ଷିକ ୧୬ ପ୍ରତିଶତ ରିଟର୍ଣ୍ଣ ପ୍ରଦାନ କରୁଥିବ। ଭଲ ଇକ୍ବିଟି ମ୍ୟୁଚୁଆଲ୍ ଫଣ୍ଡ ନିଫ୍‌ଟି ଦେଉଥିବା ବାର୍ଷିକ ୧୨ ପ୍ରତିଶତ ରିଟର୍ଣ୍ଣ ତୁଳନାରେ ୪ ପ୍ରତିଶତ ଅଧିକ ରିଟର୍ଣ୍ଣ ପ୍ରଦାନ କରିପାରିବ।
ଟ୍ରେଡିଂ ଆପ୍ କିମ୍ବା ବ୍ରୋକର୍‌। ଏସ୍ଆଇପି କରିବା ଲାଗି କେଉଁ ମାଧ୍ୟମଟି ଉତ୍ତମ?
-ସୁରେଶ ଲମାଇ
ଅଫଲାଇନ୍ କାରବାର ତୁଳନାରେ ଟ୍ରେଡିଂ/ ନିବେଶ ଆପ୍ ଜରିଆରେ ଏସ୍‌ଆଇପି କରିବା ସହଜ ଓ ଦ୍ରୁତତମ। ମାତ୍ର ଏସ୍‌ଆଇପିର ରିଟର୍ଣ୍ଣ ଆପଣ ଚୟନ କରିଥିବା ଫଣ୍ଡର ଗୁଣାତ୍ମକ ମାନ କିମ୍ବା ଆପଣ ପାଇଥିବା ପରାମର୍ଶ ଉପରେ ନିର୍ଭର କରିବ।
  ସ୍ତ୍ରୀ (୪୫ ବର୍ଷ)ଙ୍କ ନାମରେ ନିପନ ଇଣ୍ଡିଆ ଲାର୍ଜକ୍ୟାପ୍‌ରେ ୧୦,୦୦,୦୦୦ ଟଙ୍କା, ଗ୍ରୋଥ୍‌ ଫଣ୍ଡରେ ୫,୦୦,୦୦୦ ଟଙ୍କା, ନିଫ୍ଟି ସ୍ମଲ କ୍ୟାପ୍‌ରେ ୫,୦୦,୦୦୦ ଟଙ୍କା, ମିଡ୍‌କ୍ୟାପ୍‌ରେ ୫,୦୦,୦୦୦ ଟଙ୍କା ଓ ସ୍ମଲ୍‌ କ୍ୟାପ୍ ଫଣ୍ଡ (ଏସ୍‌ଆଇପି)ରେ ୨୫ ହଜାର ଟଙ୍କା ନିବେଶ କରିଛି। ସେହିପରି, ଝିଅ (୨୨ ବର୍ଷ) ନାମରେ ନିପନ୍ ଇଣ୍ଡିଆ ଭିଜନ ଫଣ୍ଡରେ ୫,୦୦,୦୦୦ ଟଙ୍କା, ଫରମା ଫଣ୍ଡରେ ୫,୦୦,୦୦୦ ଟଙ୍କା, ମଲ୍‌ଟି କ୍ୟାପ୍‌ରେ ୫,୦୦,୦୦୦ ଟଙ୍କା, ପାସିଭ୍ ଫଣ୍ଡରେ ୫,୦୦,୦୦୦ ଟଙ୍କା, ଇକ୍ବିଟି ହାଇବ୍ରିଡ୍‌ରେ ୫,୦୦,୦୦୦ ଟଙ୍କା, ବାଲାନ୍ସଡ୍‌ ଆଡ୍‌ଭାଣ୍ଟେଜ୍ ଫଣ୍ଡରେ ୫,୦୦,୦୦୦ ଟଙ୍କା, ସ୍ମଲ କ୍ୟାପ୍ ଫଣ୍ଡ (ଏସ୍‌ଆଇପି)ରେ ୨୦,୦୦୦ ଟଙ୍କା ନିବେଶ କରିଛି। ଦୟାକରି ଜଣାଇବେ କି ଆଉ କେଉଁ ଫଣ୍ଡରେ ୫ ବର୍ଷ ପାଇଁ ନିବେଶ କରିବ। ଆୟକର କେତେ ଦେବାକୁ ପଡ଼ିବ?
-ପି ସି ସାହୁ, ତାଳଚେର
ଆପଣ ଆସନ୍ତା ୫ ବର୍ଷରେ ଆବଣ୍ଟନ ପାଇଁ ଏହି ଫଣ୍ଡଗୁଡ଼ିକକୁ ଚୟନ କରିପାରିବେ ବୋଲି ମୁଁ ପରାମର୍ଶ ଦେଉଛି।
ଏଚ୍‌ଡିଏଫ୍‌ସି ଫ୍ଲେକ୍ସିକ୍ୟାପ୍ ଫଣ୍ଡ-୨୫%
ଆଇସିଆଇସିଆଇ ଫୋକସଡ୍‌ ଫଣ୍ଡ-୨୦%
ନିପନ୍ ମଲ୍‌ଟିକ୍ୟାପ୍ ଫଣ୍ଡ-୨୦%
ଏସ୍‌ବିଆଇ ମିଡ୍‌କ୍ୟାପ୍ ଫଣ୍ଡ-୨୦%
ବନ୍ଧନ ସ୍ମଲ କ୍ୟାପ୍ ଫଣ୍ଡ-୧୫%
ବ୍ୟକ୍ତିବିଶେଷଙ୍କୁ ୧.୨୫ ଲକ୍ଷ ଟଙ୍କାର ରିହାତି ପରେ ଲାଭ ଉପରେ ୧୨.୫ ପ୍ରତିଶତ ହାରରେ ଦୀର୍ଘକାଳୀନ ପୁଞ୍ଜି ଲାଭ ଟିକସ ଲାଗୁ ହେବ।

ସୌମେନ୍ଦ୍ର ନାଥ ଦତ୍ତ‌ା
ୟୁନିଟ୍ ମୁଖ୍ୟ ତଥା ବରିଷ୍ଠ ଉପସଭାପତି
ଆନନ୍ଦ ରାଠି ପ୍ରିଫର୍ଡ