ନୂଆଦିଲ୍ଲୀ : ଟେଲିକମ ରେଗୁଲେଟରୀ ଅଥରିଟି ଅଫ୍‌ ଇଣ୍ଡିଆ(ଟ୍ରାଇ) ଏକ ନୂଆ ନିୟମ ଆଣିଛି । ଶୁକ୍ରବାର ଲ୍ୟାଣ୍ଡଲାଇନ୍‌ ଓ ମୋବାଇଲ୍‌ ଫୋନ ଉଭୟ ପାଇଁ କଲ୍‌ ରିଙ୍ଗ୍‌ ସମୟ ଧାର୍ଯ୍ୟ କରିଛି ଟ୍ରାଇ । ଏବେ ମୋବାଇଲ୍‌ ଫୋନଖଉ ଆସୁଥିବା ଇନ୍‌କମିଂ କଲ୍ ୩୦ସେକେଣ୍ଡ ପର୍ଯ୍ୟନ୍ତ ରିଙ୍ଗ ହେବା ସହ ଲ୍ୟାଣ୍ଡଲାଇନ୍‌ ୬୦ସେକେଣ୍ଡ ପର୍ଯ୍ୟନ୍ତ ରିଙ୍ଗ ହେବ । ଏହି ନୂଆ ନିୟମ ୧୫ଦିନ ପରେ ଲାଗୁ ହେବ ବୋଲି ଜଣାପଡ଼ିଛି । ପୂର୍ବରୁ ଇନ୍‌କମିଂ ଭଏସ୍‌ କଲ ପାଇଁ କଲ୍‌ ରିଙ୍ଗର ସମୟ କମ ଥିବା ବେଳେ ଏହାକୁ ବଢ଼ାଇଛି ଟ୍ରାଇ । ଶୁକ୍ରବାର ଏ ନେଇ ଟ୍ରାଇ ପକ୍ଷରୁ ସୂଚନା ଦିଆଯାଇଛି ।

Advertisment

Image result for trai-fixes-mobile-call-ring-time-at-30-seconds-60-secs-for-landline Hindustan Times

ବର୍ତ୍ତମାନ ବିଭିନ୍ନ ଦୂରସଞ୍ଚାର ସେବା ପ୍ରଦାନ କରୁଥିବା କମ୍ପାନୀମାନେ ନିଜ ନିଜର ଇନ୍‌କମିଂ ଭଏସ୍‌ କଲ ଆଲର୍ଟର ସମୟ ୩୦ ସେକେଣ୍ଡରୁ ୪୫ସେକେଣ୍ଡ ପର୍ଯ୍ୟନ୍ତ ରଖିଥିବା ବେଳେ ୧୫ଦିନ ପରେ ତାହା ସଂପୂର୍ଣ୍ଣ ବଦଳିଯିବ । ମୋବାଇଲ୍‌ ଫୋନକୁ ଆସୁଥିବା କଲ୍‌ ୩୦ ସେକେଣ୍ଡ ପର୍ଯ୍ୟନ୍ତ ରିଙ୍ଗ୍‌ ହେବା ସହ ଲ୍ୟାଣ୍ଡଲାଇନ୍‌କୁ ଆସୁଥିବା ଫୋନ କଲ ୬୦ସେକେଣ୍ଡ ପର୍ଯ୍ୟନ୍ତ ବାଜିବ ।