ନୂଆ ଇଣ୍ଟରକନେକ୍ସନ ନିୟମାବଳୀ ଜାରି କଲା ଟ୍ରାଇ, ଉଲ୍ଲଙ୍ଘନ କଲେ ଜୋରିମାନା

ନୂଆଦିଲ୍ଲୀ: ଇଣ୍ଟରକନେକ୍ସନ ସଂପର୍କରେ ଭାରତୀୟ ଟେଲିକମ ରେଗୁଲେଟରୀ ଅଥରିଟି ବା ଟ୍ରାଇ ପକ୍ଷରୁ କେକେତ ନୂଆ ନିୟମାବଳୀ ପ୍ରଣୟନ କରାଯାଇଛି । ନୂଆ ନିୟମ ଅନୁସାରେ ଏକ ଟେଲିକମ ଅପରେଟର ଅନ୍ୟଏକ ଅପରେଟରଠାରୁ କନେକ୍ଟିଭିଟି ଆବେଦନ ପାଇବାର ୩୦ ଦିନ ମଧ୍ୟରେ କୌଣସି ବାଛବିଚାର ବିନା ତା ସହିତ ଇଣ୍ଟରକନେକ୍ସନ ଚୁକ୍ତି କରିବେ । ଏହି ନିୟମ ଉଲ୍ଲଙ୍ଘନ କଲେ ଟୋଲିକମ ଅପରେଟକୁ ସର୍କଲ ପିଛା ଦିନକୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ହେବ । ଦେଶରେ ଏବେ ୨୨ଟି ଟେଲିକମ ସର୍କଲ ଅଛି ଓ ଦେଶର ପ୍ରମୁଖ ଅପରେଟରମାନେ ଏବେ ପ୍ରାୟ ସବୁ ସର୍କଲରେ ସେବା ଯୋଗାଉଛନ୍ତି । ଏହି ନୂଆ ନିୟମ ଫେବ୍ରୁଆରୀ ୧ରୁ ଲାଗୁ ହେବ ।

ପୂର୍ବରୁ ଥିବା ଇଣ୍ଟରକନେକ୍ସନ ନିୟମ ଅନୁସାରେ ନିୟମ ଉଲ୍ଲଙ୍ଘନ କଲେ କୌଣସି ଜୋରିମାନାର ବ୍ୟବସ୍ଥା ନଥିଲା ଓ ଇଣ୍ଟରକନେକ୍ସନ ଚୁକ୍ତି ଲାଗି କୌଣସି ସମୟସୀମା ମଧ୍ୟ ଧାର୍ଯ୍ୟ କରାଯାଇ ନଥିଲା । ଇଣ୍ଟରକନେକ୍ସନର ଅର୍ଥ ହେଉଛି ଦୁଇଟି ନେଟଓ୍ଵାର୍କ ମଧ୍ୟରେ ଟ୍ରାଫିକ୍‌ ଦିଆନିଆ ଲାଗି କରାଯାଉଥିବା ଚୁକ୍ତି ।

ସମ୍ବନ୍ଧିତ ଖବର