ଆଉ କେହି ବି ରହିବେନି ଅଜଣା, ନମ୍ବର ସହିତ ଏଥର ଫୋନ୍‌ ପରଦାରେ ଦିଶିବ ନାମ

ନୂଆଦିଲ୍ଳୀ: ସ୍ପାମ୍‌ କଲ୍‌କୁ ନେଇ ଆପଣ ଚିନ୍ତିତ ଅଛନ୍ତି କି? ଆପଣ ଯେତେ ବି ସତର୍କ ରହନ୍ତୁ ପଛେ, ଟେଲି ମାର୍କେଟିଂର ଏହି ସବୁ କଲ୍‌ରୁ ନିଜକୁ ବଞ୍ଚାଇ ରଖିବା ଏକ ପ୍ରକାର ଅସମ୍ଭବ। ଫ୍ରଡ୍‌ କଲ୍‌ରୁ ଆଜିକାଲି ବିଭିନ୍ନ ଅପରାଧିକ କାର୍ଯ୍ୟ ହେଉଥିବା ବି ଆପଣ ଅନୁଭବ ବି କରିଥିବେ। ବହୁ ଚେଷ୍ଟା ପରେ ବି ଏହି ସ୍ପାମ୍‌ ବା ଫେକ୍‌ କଲ୍‌ ଉପରେ ଶତ ପ୍ରତିଶତ ନିୟନ୍ତ୍ରଣ ପାଇପାରି ନାହାନ୍ତି ବ୍ୟବହାରକାରୀ।

ଏହି ସବୁ ସମସ୍ୟାରୁ ବଞ୍ଚିବା ପାଇଁ ଟେଲିକମ୍‌ ରେଗୁଲେଟାରି କର୍ତ୍ତୃପକ୍ଷ ଟ୍ରାଇ ଏକ ନୂଆ ଉପାୟ ଆପଣେଇବାକୁ ଚାହୁଁଛି। ଟ୍ରାଇ ଏକ ନୂଆ ଫିଚର ଉପରେ କାମ କରୁଛି। ଏହି ଫିଚର ଜରିଆରେ ମୋବାଇଲ୍‌ ସ୍କ୍ରିନ୍‌ରେ ଏଣିକି ‌କେବଳ ନମ୍ବର ନୁହେଁ ନାମ ବି ଦୃଶ୍ୟମାନ ହେବ। ଯଦି ଆପଣ କୌଣସି ନମ୍ବରକୁ ନିଜ ମୋବାଇଲ୍‌ରେ ସେଭ୍‌ କରିନାହାନ୍ତି ଓ ସେଥିରୁ କଲ୍‌ ଆସୁଛି ତ ଆପଣଙ୍କୁ ନମ୍ବର ସହିତ ଯାହା ନାମରେ ସିମ୍‌ ଥିବ ସେ ବ୍ୟକ୍ତିଙ୍କୁ ନାମ ବି ଦୃଶ୍ୟମାନ ହେବ।

ଏହି ନାମ ବ୍ୟବହାରକାରୀଙ୍କ କେୱାଇସି ହିସାବରେ ହେବ। ଆଗାମୀ ୩ ସପ୍ତାହ ମଧ୍ୟରେ ଟ୍ରାଇ ଏହି ଫିଚର ଲଞ୍ଚ୍‌ କରିପାରେ ବୋଲି ଅନୁମାନ କରାଯାଉଛି। ତେବେ, ଏହି ସୁବିଧା ପାଇଁ ଏବେ ଲୋକଙ୍କୁ ଥାର୍ଡ ପାର୍ଟି ଆପ୍‌ ଟ୍ରୁ କଲର୍‌ର ସହାୟତା ନେବାକୁ ପଡୁଛି। ମାତ୍ର ଟ୍ରାଇ ଏହି ନୂଆ ଫିଚର୍‌ ଲଞ୍ଚ୍‌ କରିବା ପରେ ବ୍ୟବହାରକାରୀଙ୍କୁ ଆଉ ନିଜ ଫୋନ୍‌ରେ ଟ୍ରୁ କଲର୍‌ ଇନ୍‌ଷ୍ଟଲ୍‌ କରିବାକୁ ପଡ଼ିବନି।

ସମ୍ବନ୍ଧିତ ଖବର