ଏଣିକି ରେଳରେ ଯାତ୍ରୀଙ୍କୁ ମିଳିବ ଖଦିର ବେଡ୍‌କିଟ୍‌, ଚାହିଁଲେ ଘରକୁ ଆଣି ପାରିବେ

ନୂଆଦିଲ୍ଲୀ: ଭାରତୀୟ ଜୀବନଶୈଳୀକୁ ଦୃଷ୍ଟିରେ ରଖିବା ସହିତ ସ୍ୱଦେଶୀ ଉତ୍ପାଦନକୁ ବୃଦ୍ଧି କରିବା ପାଇଁ ଭାରତୀୟ ରେଲେଓ୍ଵ ଖଦିରେ ତିଆରି ତକିଆ, ଚାଦର ଓ ତଉଲିଆ ଯାତ୍ରୀଙ୍କୁ ଯାତ୍ରା ସମୟରେ ପ୍ରଦାନ କରିବାର ଯୋଜନା କରିଛି। ସେପ୍ଟେମ୍ବରରେ ନରେନ୍ଦ୍ର ମୋଦି ‘ମନ କି ବାତ୍‌’ରେ ଲୋକମାନଙ୍କୁ ଖଦି ଉତ୍ପାଦନର ବିକାଶ ଦିଗରେ ସମର୍ଥନ କରିବାକୁ ସୂଚନା ଦେଇଥିଲେ।

ଭାରତୀୟ ରେଲେଓ୍ଵରେ ଏସି ଶ୍ରେଣୀରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ରେଳବାଇ ନୂତନ ତକିଆ, ବେଡ୍‌ସିଟ୍‌ ଓ ତଉଲିଆ ଦେବାର ବିକଳ୍ପ କରିଛନ୍ତି। ରେଳରେ ଅପରିଷ୍କାର ତକିଆ, ବେଡ୍‌ସିଟ୍‌ ଓ ତଉଲିଆକୁ ନେଇ ଅନେକ ସମୟରେ ଅଭିଯୋଗ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ରେଳାବଇ ଯାତ୍ରୀଙ୍କ ପାଇଁ ନୂତନ ଚାଦର, ତକିଆର ବିକଳ୍ପ ରଖିବା ସହିତ ଖଦିରେ ପ୍ରସ୍ତୁତ ସାମଗ୍ରୀ ଯାତ୍ରୀଙ୍କୁ ପ୍ରଦାନ କରିବ। ଯାହାକୁ ଯାତ୍ରୀମାନେ ଘରକୁ ମଧ୍ୟ ନେଇ ପାରିବେ।

ସମ୍ପୁର୍ଣ୍ଣ ସୂତାରେ ତିଆରି ବେଡ୍‌ କିଟ୍‌କୁ ଖଦି ଓ ଭିଲେଜ୍‌ ଇଣ୍ଡଷ୍ଟ୍ରି କମିସନ୍‌ (କେଭିଆଇସି) ତରଫରୁ ଯାତ୍ରୀମାନଙ୍କୁ ପ୍ରଦାନ କରାଯି ବ। ଏହି ସୁବିଧା କେବଳ ଏୟାର କଣ୍ଡିସନ୍‌ ସ୍ଲିପର୍‌ କୋଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଉପଲବ୍ଧ ରହିଛି। ସମ୍ପୂର୍ଣ୍ଣ ସୂତାରେ ପ୍ରସ୍ତୁତ ପ୍ରତି କିଟ୍‌ର ମୂଲ୍ୟ ୨୫୦ଟଙ୍କା ରହିଛି।

ରେଳବାଇର ଜଣେ ଅଧିକାରୀଙ୍କ କହିବାନୁସାରେ, ଆଇଆରିସିଟି ଏକ ଇ-ବେଡ୍‌ରୋଲ ସେବାର ପ୍ରଦାନ କରୁଛି। ଏହି ସେବା ଜରିଆରେ ୨୫୦ଟଙ୍କାରେ ବେଡ୍‌ କିଟ୍‌ ଓ କମ୍ବଳ ପ୍ରଦାନ କରିବ। ତେବେ ଏହି ଯୋଜନା ନେଇ ଡିସେମ୍ବର ଶେଷ ସୁଦ୍ଧା ଶେଷ ନିଷ୍ପତି ନିଆଯିବ।

ରିପୋର୍ଟ ମୁତାବିକ, ପ୍ରଥମଶ୍ରେଣୀ ଏସି ଯାତ୍ରୀଙ୍କ ପାଇଁ କେଭିଆଇସି ଖଦି ଲାଇନ୍‌ ପ୍ରଦାନ କରିବ। ଯାହାର ମୂଲ୍ୟ ୪୨୫ଟଙ୍କା ରହିଛି। ଅକ୍ଟୋବର ମାସରେ ରେଳମନ୍ତ୍ରୀ ପିୟୁଷ ଗୋଏଲ ବେଡ୍‌ କିଟ୍‌ ପାଇଁ ପ୍ରସ୍ତାବ ଦେଇଥିଲେ। ଯାହାର ଦାୟିତ୍ୱ କେଭିଆଇସିକୁ ପ୍ରଦାନ କରାଯାଇଛି। ୨ସ୍ତରୀୟ ଏସି ଓ ୩ସ୍ତରୀୟ ଏସି ଯାତ୍ରୀ ପ୍ରଦାନ କରାଯାଉଥିବା ବେଡ୍‌ସିଟ୍‌, ଚାଦର ଘରୋଇ ବିତରଣକାରୀ ଏଏକେଏଏସ୍‌ଏଚ ପ୍ରଦାନ କରିବ। ଏହି ବେଡ୍‌ ଲାଇନ୍‌ର ମୂଲ୍ୟ ୧୬୦ଟଙ୍କା ରହିଛି।

ସମ୍ବନ୍ଧିତ ଖବର