ନୂଆଦିଲ୍ଲୀ: ଦେଶରେ ଘରୋଇ ସଂସ୍ଥା ଜରିଆରେ ଟ୍ରେନ୍ ଚଲାଇବା ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି। ସେଥିପାଇଁ ବିଭିନ୍ନ ସଂସ୍ଥା ଠାରୁ ଟେଣ୍ଡର ଆହ୍ବାନ କରାଯିବ। ଏଥିପାଇଁ ଆବେଦନ ପ୍ରକ୍ରିୟା କିଭଳି ରହିବ ତାହାକୁ ନେଇ ରେଳବାଇ ପକ୍ଷରୁ ଆଜି ଦ୍ବିତୀୟ ପ୍ରାକ୍-ଆବେଦନ ସମ୍ମିଳନୀ ଆୟୋଜନ କରାଯାଇଥିଲା। ସେଥିରେ ୨୩ଟି ସଂସ୍ଥାର ପ୍ରତିନିଧି ଅଂଶଗ୍ରହଣ କରିଥିଲେ। ଟ୍ରେନ୍ ଚଲାଇବା ଲାଗି ଆଗ୍ରହୀ ଥିବା କଂପାନିଗୁଡ଼ିକ ହେଉଛି ଆଲ୍ଷ୍ଟୋମ୍ ଟ୍ରାନ୍ସପୋର୍ଟ ଇଣ୍ଡିଆ ଲିମିଟେଡ୍, ବିଇଏମ୍ଏଲ୍, ଭାରତ ଫୋର୍ଜ, ଭେଲ୍, ବୋମ୍ବାର୍ଡିୟର ଟ୍ରାନ୍ସପୋର୍ଟେସନ୍ ଇଣ୍ଡିଆ, ସିଏଏଫ୍ ଇଣ୍ଡିଆ, ଗେଟ୍ୱେ ରେଲ୍, ଜିଏମ୍ଆର୍ ଇନ୍ଫ୍ରାଷ୍ଟ୍ରକଚର୍, ହିନ୍ଦ୍ ରେକ୍ଟିଫାୟର୍ସ ଲିମିଟେଡ୍, ଆଇ-ବୋର୍ଡ ଇଣ୍ଡିଆ, ଆଇଆରସିଟିସି, ଆଇଏସ୍କ୍ୟୁ ଏସିଆ ଇନ୍ଫ୍ରାଷ୍ଟ୍ରକ୍ଚର୍ ଇନଭେଷ୍ଟମେଣ୍ଟ୍, ଜାସନ ଇନଫ୍ରା, ଜେକେବି ଇନଫ୍ରାଷ୍ଟ୍ରକ୍ରଚ୍, ଏଲ୍ଆଣ୍ଡ୍ଟି ଇନଫ୍ରାଷ୍ଟ୍ରକର ଡେଭେଲପ୍ମେଣ୍ଟ୍ ପ୍ରୋଜେକ୍ଟସ୍, ମେଧା, ମେଘା ଇଞ୍ଜିନିୟରିଂ ଆଣ୍ଡ୍ ଇନଫ୍ରାଷ୍ଟ୍ରକ୍ଚର୍, ନ୍ୟାସନାଲ୍ ଇନଭେଷ୍ଟ୍ମେଣ୍ଟ୍ ଆଣ୍ଡ୍ ଇନଫ୍ରାଷ୍ଟ୍ରକ୍ଚର୍ ଫଣ୍ଡ୍, ପିଏସ୍ଜିଜି ଟେକ୍ନୋଲୋଜିସ୍, ଆର୍ କେ ଆସୋସିଏଟସ୍ ଆଣ୍ଡ୍ ହୋଟେଲିୟର୍ସ, ସିମେନ୍ସ ଲିମିଟେଡ୍, ଷ୍ଟରଲାଇଟ୍ ପାୱାର ଓ ଟିଟାଗଡ଼ ୱାଗନ୍ସ। ଅଧିକରୁ ଅଧିକ ଆବେଦନ ହାସଲ କରିବା ଲାଗି ରେଳବାଇ ପକ୍ଷରୁ ଏକାଧିକ ପ୍ରକଳ୍ପ ଲାଗି ଆବେଦନ କରିବାକୁ ଚାହୁଥିବା କଂପାନିଗୁଡ଼ିକ ପାଇଁ ଆର୍ଏଫ୍କ୍ୟୁ ଫି’ରେ ଏକ ଦଶମାଂଶହ୍ରାସ କରାଯାଇଛି। ପ୍ରତି ଆବେଦନକାରୀ ଅତିବେଶିରେ ୩ଟି ପ୍ରକଳ୍ପରେ ଭାଗ ନେଇପାରିବେ ବୋଲି ପୂର୍ବରୁ ଯେଉଁ କଟକଣା ରହିଥିଲା ତାହାକୁ ମଧ୍ୟ ହଟାଇ ନିଆଯାଇଛି।