ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ୨୧ଟି ଯୋଡ଼ା ବିଶେଷ ଟ୍ରେନର ଚଳାଚଳ ଅବଧି ମାର୍ଚ ଶେଷ ପର୍ଯ୍ୟନ୍ତ ବଢ଼ିଲା

ଭୁବନେଶ୍ବର: ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଛାଡୁଥିବା ନିମ୍ନ ୨୧ ଯୋଡ଼ା ବିଶେଷ ଟ୍ରେନର ଚଳାଚଳ ଅବଧିକୁ ୨୦୨୧ ମାର୍ଚ ମାସ ଶେଷ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଅଛି। ନିମ୍ନରେ ଏହି ଟ୍ରେନଗୁଡ଼ିକ ସଂପର୍କରେ ସବିଶେଷ ସୂଚନା ପ୍ରଦାନ କରାଗଲା।

ଭୁବନେଶ୍ୱରରୁ ପ୍ରତି ବୁଧବାର ଓ ରବିବାର  ଏବଂ  ଆନନ୍ଦ ବିହାରରୁ ପ୍ରତି ମଙ୍ଗଳବାର ଓ ଶୁକ୍ରବାର ଛାଡୁଥିବା ଭୁବନେଶ୍ୱର-ଆନନ୍ଦ ବିହାର-ଭୁବନେଶ୍ୱର ( ୦୨୮୧୯/୦୧୮୨୦) ବିଶେଷ ଟ୍ରେନ ଭୁବନେଶ୍ୱରରୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଏବଂ ଆନନ୍ଦ ବିହାରରୁ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ଚଳାଚଳ କରିବ।

ଭୁବନେଶ୍ୱରରୁ ପ୍ରତି ସୋମବାର ଓ ଗୁରୁବାର ଏବଂ ମୁମ୍ବାଇ ଲୋକମାନ୍ୟ ତିଲକ ଟର୍ମିନସରୁ ପ୍ରତି ବୁଧବାର ଓ ଶନିବାର ଦିନ ଛାଡୁଥିବା ଭୁବନେଶ୍ୱର-ମୁମ୍ବାଇ ଲୋକମାନ୍ୟ ତିଳକ ଟର୍ମିନସ-ଭୁବନେଶ୍ୱର (୦୨୮୮୦/୦୨୮୭୯) ବିଶେଷ ଟ୍ରେନ ଭୁବନେଶ୍ୱରଠାରୁ ମାର୍ଚ ୨୯ ତାରିଖ ପର୍ଯ୍ୟନ୍ତ ଓ ଏଲଟିଟିଠାରୁ ମାର୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚଳାଚଳ କରିବ।

ସେହିପରି ଭୁବନେଶ୍ୱର-ତିରୁପତି-ଭୁବନେଶ୍ୱର ସାପ୍ତାହିକ ସ୍ପେସାଲ୍‌ ପ୍ରତ୍ୟେକ ଶନିବାରଦିନ ଭୁବନେଶ୍ୱରରୁ ଏବଂ ପ୍ରତ୍ୟେକ ରବିବାରଦିନ ତିରୁପତିରୁ ମାର୍ଚ ମାସ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ।

ଭୁବନେଶ୍ୱର-ଚେନ୍ନାଇ-ଭୁବନେଶ୍ୱର ସାପ୍ତାହିକ ସ୍ପେସାଲ (୦୨୮୩୯/୦୨୮୪୦) ଗୁରୁବାରଦିନ ଭୁବନେଶ୍ୱରରୁ ଏବଂ ପ୍ରତ୍ୟେକ ଶୁକ୍ରବାରଦିନ ଚେନ୍ନାଇରୁ ମାର୍ଚ ମାସ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ।

ଭୁବନେଶ୍ୱର-ବାଙ୍ଗାଲୋର କ୍ୟାଣ୍ଟନମେଣ୍ଟ-ଭୁବନେଶ୍ୱର ସାପ୍ତାହିକ ସ୍ପେଶାଲ ( ୦୨୮୪୫/୦୨୮୪୬) ରବିବାର ଦିନ ଭୁବନେଶ୍ୱରରୁ ଏବଂ ପ୍ରତ୍ୟେକ ମଙ୍ଗଳବାର ଦିନ ବାଙ୍ଗାଲୁରୁ କ୍ୟାଣ୍ଟରୁ ମାର୍ଚ ମାସ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ।

ଭୁବନେଶ୍ୱର-ପୁଡୁଚେରୀ-ଭୁବନେଶ୍ୱର ସାପ୍ତାହିକ (: ୦୨୮୯୮/୦୨୮୯୭) ପ୍ରତ୍ୟେକ ମଙ୍ଗଳବାର ଦିନ ଭୁବନେଶ୍ୱରରୁ ଏବଂ ପ୍ରତ୍ୟେକ ବୁଧବାର ଦିନ ପୁଡୁଚେରୀରୁ ମାର୍ଚ ମାସ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ।

ଭୁବନେଶ୍ୱର-ରାମେଶ୍ୱରମ୍-ଭୁବନେଶ୍ୱର ସାପ୍ତାହିକ (୦୮୪୯୬/୦୮୪୯୫ ) ଶୁକ୍ରବାର ଦିନ ଭୁବନେଶ୍ୱରରୁ ଏବଂ ପ୍ରତ୍ୟେକ ରବିବାରରେ ରାମେଶ୍ୱରାମରୁ ମାର୍ଚ ମାସ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ।

ସମ୍ବଲପୁର-ହାଓଡ଼ା-ସମ୍ବଲପୁର ସାପ୍ତାହିକ (୦୮୩୦୬/୦୮୩୦୫) ସମ୍ବଲପୁରରୁ ପ୍ରତ୍ୟେକ ଶୁକ୍ରବାର ଏବଂ ହାଓଡ଼ାରୁ ପ୍ରତ୍ୟେକ ଶନିବାର ଦିନ ମାର୍ଚ ମାସ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ।

ସମ୍ବଲପୁର-ମାଣ୍ଡୁଆଡିହ-ସମ୍ବଲପୁର ଦ୍ୱି-ସାପ୍ତାହିକ ସ୍ପେସାଲ ପ୍ରତ୍ୟେକ ବୁଧବାର ଏବଂ ରବିବାର ଦିନ ସମ୍ବଲପୁରରୁ ଏବଂ ପ୍ରତ୍ୟେକ ସୋମବାର ଏବଂ ଗୁରୁବାର ଦିନ ମାଣ୍ଡୁଆଡିହରୁ ଏପ୍ରିଲ ମାସ ପହିଲା ପର୍ଯ୍ୟନ୍ତ ଚାଲିବ।

ପୁରୀ-ପାଟନା-ପୁରୀ ସ୍ପେଶାଲ ପ୍ରତ୍ୟେକ ସୋମବାର ଦିନ ପୁରୀରୁ ଏବଂ ପ୍ରତ୍ୟେକ ବୁଧବାର ଦିନ ପାଟନା ଠାରୁ ମାର୍ଚ୍ଚ ମାସ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ।

ପୁରୀ-ଜୟନଗର-ପୁରୀ ସ୍ପେସାଲ ଗୁରୁବାର ଦିନ ପୁରୀରୁ ଏବଂ ପ୍ରତ୍ୟେକ ଶନିବାର ଦିନ ଜୟନଗରରୁ ମାର୍ଚ ମାସ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ।

ପୁରୀ-ସୁରଟ-ପୁରୀ ବିଶେଷ ଟ୍ରେନ ପ୍ରତ୍ୟେକ ରବିବାର ଦିନ ପୁରୀରୁ ଏବଂ ପ୍ରତି ମଙ୍ଗଳବାର ଦିନ ସୁରଟରୁ ମାର୍ଚ ମାସ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ।

ପୁରୀ-ଲୋକମାନ୍ୟ ତିଲକ ଟର୍ମିନସ୍ -ପୁରୀ ସାପ୍ତାହିକ ବିଶେଷ ଟ୍ରେନ ପ୍ରତ୍ୟେକ ମଙ୍ଗଳବାର ଦିନ ପୁରୀରୁ ଏବଂ ପ୍ରତ୍ୟେକ ଗୁରୁବାର ଦିନ ଏଲଟିଟିରୁ ଏପ୍ରିଲ ମାସ ପହିଲା ପର୍ଯ୍ୟନ୍ତ ଚାଲିବ।

ପୁରୀ-ଚେନ୍ନାଇ-ପୁରୀ ସ୍ପେସାଲ୍ ରବିବାର ଦିନ ପୁରୀରୁ ଏବଂ ପ୍ରତି ସୋମବାର ଦିନ ଚେନ୍ନାଇରୁ ମାର୍ଚ ମାସ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ।

ବିଶାଖାପାଟ୍ଟନମ୍ -ନିଜାମୁଦ୍ଦିନ-ବିଶାଖାପାଟନମ୍ ଦ୍ୱି-ସାପ୍ତାହିକ ସ୍ପେସାଲ୍ ପ୍ରତ୍ୟେକ ସୋମବାର ଏବଂ ଶୁକ୍ରବାର ଦିନ ବିଶାଖାପାଟନମରୁ ଏବଂ ପ୍ରତ୍ୟେକ ବୁଧବାର ଏବଂ ରବିବାର ନିଜାମୁଦ୍ଦିନରୁ ମାର୍ଚ ମାସ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ।

ବିଶାଖାପାଟ୍ଟନମ୍ -ନିଜାମୁଦ୍ଦିନ-ବିଶାଖାପାଟ୍ଟନମ୍ ସ୍ପେସାଲ୍ ବିଶାଖାପାଟନମରୁ ଜାନୁଆରି ମାସ ୩୧ ତାରିଖ ପର୍ଯ୍ୟନ୍ତ ଏବଂ ନିଜାମୁଦ୍ଦିନରୁ ଏପ୍ରିଲ ମାସ ୨ ତାରିଖ ପର୍ଯ୍ୟନ୍ତ ଚାଲିବ।

ବିଶାଖାପାଟ୍ଟନମ୍ -ଚେନ୍ନାଇ-ବିଶାଖାପାଟ୍ଟନମ୍ ସ୍ପେସାଲ୍ ପ୍ରତି ସୋମବାର ଦିନ ବିଶାଖାପାଟ୍ଟନମ୍ ଏବଂ ଚେନ୍ନାଇରୁ ପ୍ରତ୍ୟେକ ମଙ୍ଗଳବାର ଦିନ ମାର୍ଚ ମାସ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ।

ବିଶାଖାପାଟ୍ଟନମ୍ – ଏଲ୍‌ଟିଟି- ବିଶାଖାପାଟ୍ଟନମ୍ ସ୍ପେସାଲ୍ ପ୍ରତି ରବିବାର ଦିନ ବିଶାଖାପାଟ୍ଟନମ୍ ଏବଂ ପ୍ରତ୍ୟେକ ମଙ୍ଗଳବାର ଦିନ ଏଲ୍‌ଟିଟିରୁ ମାର୍ଚ ମାସ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ |

ବିଶାଖାପାଟ୍ଟନମ୍ -ଗାନ୍ଧୀଧାମ-ବିଶାଖାପାଟ୍ଟନମ୍ ପ୍ରତି ଗୁରୁବାର ଦିନ ବିଶାଖାପାଟ୍ଟନମ୍ ଏବଂ ଗାନ୍ଧୀଧାମଠାରୁ ପ୍ରତ୍ୟେକ ରବିବାର ଦିନ ମାର୍ଚ ମାସ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ।

ବିଶାଖାପାଟ୍ଟନମ୍ -କଡପା-ବିଶାଖାପାଟ୍ଟନମ୍ ସ୍ପେସାଲ୍ ୩୧ ମାର୍ଚ, ୨୦୨୧ ପର୍ଯ୍ୟନ୍ତ ବିଶାଖାପାଟ୍ଟନମ୍ ଠାରୁ ଏବଂ ୧ ଏପ୍ରିଲ, ୨୦୨୧ ପର୍ଯ୍ୟନ୍ତ କଡପାଠାରୁ ଚାଲିବ।

ବିଶାଖାପାଟ୍ଟନମ୍ -ଲିଙ୍ଗମପଲ୍ଲୀ-ବିଶାଖାପାଟ୍ଟନମ୍ ସ୍ପେସାଲ୍ ୩୧ ମାର୍ଚ, ୨୦୨୧ ପର୍ଯ୍ୟନ୍ତ ବିଶାଖାପାଟ୍ଟନମ୍ ଠାରୁ ଏବଂ ୧ ଏପ୍ରିଲ, ୨୦୨୧ ପର୍ଯ୍ୟନ୍ତ ଲିଙ୍ଗମପଲ୍ଲୀଠାରୁ ଚାଲିବ।

ସମ୍ବନ୍ଧିତ ଖବର