ନୂଆଦିଲ୍ଲୀ: ଅନଲାଇନ୍ରେ ବୁକିଙ୍ଗ ହେଉଥିବା ରେଳ ଟିକଟ ଉପରେ ସର୍ଭିସ୍ ଚାର୍ଜକୁ ୨୦୧୮ ମାର୍ଚ ପର୍ଯ୍ୟନ୍ତ ଛାଡ଼ କରାଯାଇଛି। ଗତବର୍ଷ ନଭେମ୍ବରରେ ବିମୁଦ୍ରାକରଣ ଘୋଷଣା କରାଯିବା ପରେ ସର୍ଭିସ୍ ଚାର୍ଜ ଛାଡ଼ କରାଯାଇଥିଲା। ଡିଜିଟାଲ୍ ମାଧ୍ୟମରେ ବୁକିଙ୍ଗ କରିବା ନିମନ୍ତେ ଲୋକମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିଲା। ଏହି ସୁବିଧାକୁ ପ୍ରଥମେ ଜୁନ୍ ୩୦ ଏବଂ ପରେ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ଏବେ ତାହାକୁ ୨୦୧୮ ମାର୍ଚ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଆଇଆର୍ସିଟିସି ଜରିଆରେ ରେଳ ଟିକଟର ଅନଲାଇନ୍ ବୁକିଙ୍ଗ ଉପରେ ୨୦ ଟଙ୍କାରୁ ୪୦ ଟଙ୍କା ପର୍ଯ୍ୟନ୍ତ ସର୍ଭିସ୍ ଚାର୍ଜ ଗଣିବାକୁ ପଡ଼ୁଥିଲା। ସେପ୍ଟେମ୍ବର ୨୯ରେ ରେଳ ବୋର୍ଡ ପକ୍ଷରୁ ସର୍ଭିସ୍ ଚାର୍ଜ ଛାଡ଼ ଅବଧି ୨୦୧୮ ମାର୍ଚ ପର୍ଯ୍ୟନ୍ତ ବୃଦ୍ଧି କରାଗଲା ବୋଲି ଆଇଆର୍ସିଟିସିକୁ ଜଣାଇ ଦିଆଯାଇଛି। ଆଇଆର୍ସିଟିସିର ୩୩% ରାଜସ୍ୱ ଅନଲାଇନ୍ ବୁକିଙ୍ଗ୍ର ସର୍ଭିସ୍ ଚାର୍ଜରୁ ଆସିଥାଏ। ଗତବର୍ଷ ଆଇଆର୍ସିଟିସିର ୧୫୦୦ କୋଟି ଟଙ୍କାର ରାଜସ୍ୱ ମଧ୍ୟରୁ ୫୪୦ କୋଟି ଟଙ୍କା ଏହି ଆକାରରେ ଆଦାୟ କରାଯାଇଥିଲା।
ରେଳ ଇ-ଟିକଟ ଉପରେ ମାର୍ଚ ପର୍ଯ୍ୟନ୍ତ ସର୍ଭିସ୍ ଚାର୍ଜ ଛାଡ଼
/sambad/media/post_attachments/wp-content/uploads/2017/10/download-3-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)