ଭୁବନେଶ୍ବର: ଏୟାରଏସିଆ ପକ୍ଷରୁ ଏସ୍‌ପ୍ଲାନେଡ୍‌ ୱାନ୍ ମଲ୍‌ରେ ତିନି ଦିନିଆ ଟ୍ରାଭେଲ୍ ଫେୟାର ଆଜିଠାରୁ ଆରମ୍ଭ ହୋଇଛି। ମଲ୍‌ରେ ଏୟାର ଏସିଆ ପକ୍ଷରୁ ଏକ ଆକର୍ଷଣୀୟ ଷ୍ଟଲ୍‌ ନିର୍ମାଣ କରାଯାଇଛି। ଏଠାରେ ଦେଶ ଭିତରେ କିମ୍ବା ଦେଶ ବାହାରକୁ ବିମାନରେ ଯାତ୍ରା କରିବା ଲାଗି ଟିକଟ ବୁକିଙ୍ଗ କଲେ ୧୦% ରିହାତି ମିଳିବ। ଟିକଟ ବୁକିଙ୍ଗ ପାଇଁ ପ୍ରୋସେସିଂ ଫି’ ଦେବାକୁ ପଡ଼ିବନି। ଚଳିତ ମାସ ୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଫେୟାରରେ ଯେଉଁ ଯାତ୍ରୀମାନେ ଟିକଟ ବୁକିଙ୍କ କରିବେ କଂପାନି ପକ୍ଷରୁ ସେମାନଙ୍କୁ ଆକର୍ଷଣୀୟ ଡିଲ୍‌ ଓ ଅଫର ପ୍ରଦାନ କରାଯିବ। ଭୁବନେଶ୍ବରରେ ଟ୍ରାଭେଲ୍‌ ଫେୟା୍‌ର ଆୟୋଜନ କରି ଆମେ ଏହାକୁ ଭାରତର ଏକ ପର୍ଯ୍ୟଟନ ହବ୍‌ରେ ପରିଣତ କରିବାକୁ ଚାହୁଛୁ ବୋଲି କଂପାନିର ସିଓଓ ସଞ୍ଜୟ କୁମାର କହିଛନ୍ତି। ଏୟାର ଏସିଆ ପାଖରେ ଏବେ ୨୨ଟି ବିମାନ ରହିଛି ଏବଂ ଦେଶର ୧୯ଟି ସ୍ଥାନକୁ ଏହା ବିମାନ ସଂଯୋଗ ପ୍ରଦାନ କରୁଛି।